ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଦ ଭାବନା ଗୃହରେ ଆଜି ୧୨ଘଟିକା ସମୟରେ ସ୍ୱାଧିନାତ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ପୂର୍ବ ବର୍ଷର ବିବରଣୀ ପାଠ କରାଯାଇଥିଲା l ପ୍ରାଇମେରୀ ସ୍କୁଲ , ହାଇସ୍କୁଲ ,ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗୀତା କିଭଳି କରାଯିବ ସେ ବିଷୟରେ ଆଲୋଚନା କରାଯାଇ ଥିଲା। କମିଟିର ନିଷ୍ପତି କ୍ରମେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଦେଶାତ୍ମକ, ଭଜନ ସଂଗୀତ ପ୍ରତିଯୋଗୀତା । ଚତୁର୍ଥ ରୁ ପଞ୍ଚମ ରଚନା(ଉତ୍କଳ ଗୌରବ ମଧୁସୂଦନ ଦାସ ) ,ତର୍କ ( ସ୍ୱଛତା ଏକ ସାମାଜିକ ଆହ୍ୱାନ )ଓ କୁଇଜ ପରତିଯୋଗୀତା । ଷଷ୍ଠରୁ ଅଷ୍ଟମ ରଚନା( (ଓଡ଼ିଆ ର କୃଷି ଓ କୃଷକ ) ତର୍କ (ସ୍ୱାୟତ୍ତ ଶାସନ ବ୍ୟବସ୍ତା ସମାଜ ପାଈଁ ଉପଯୋଗୀ କି )ନବମ ରୁ ଦଶମ ରଚନା (ବିପର୍ଯ୍ୟ ଓ ବିପଯ୍ୟସ୍ତ ଓଡିଶା ) ତର୍କ (ଦେଶଗଠନରେ ଛାତ୍ର ର ଭୂମିକା ) ? ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପାଇଁ ରଚନା( ଓଡ଼ିଆ ଅସ୍ମିତା ) ତର୍କ (ଗ୍ରାମ୍ୟ ଜୀବନ ବନାମ ସହରୀ ଜୀବନ ) । +୩ ଡିଗ୍ରୀ କଲେଜ (ରଚନା ଛାତ୍ର ସମାଜ ଓ ସାମାଜିକ ଗଣମାଧ୍ୟମ ) ତର୍କ – ଶାନ୍ତି ପ୍ରତିଷ୍ଠା ପାଈଁ ଯୁଦ୍ଧ ଜରୁରିକି ? ନିର୍ଧାରିତ ସମୟରେ ନୂଆଗାଁ ପାଇମେରୀ ସ୍କୁଲ ମଧ୍ୟରେ ପ୍ରଥମରୁ ପଞ୍ଚମ ସେହିପରି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ୧୦ /୦୮/୨୩ ଋଖ ଦିନ ୧୦ ଘଟିକା ସମୟରେ ନୂଆଗାଁ ଉଚ୍ଚ ବିଦ୍ୟାଲୟ ପରିସରରେ ଷଷ୍ଠ ରୁ ଦଶମ ଛାତ୍ରଛାତ୍ରୀ ପ୍ରତି ଯୋଗୀତା କରାଯିବ ପାଇଁ ନିସ୍ପତି ହୋଇଛି । ଆଜିର ବୈଠକ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଆମ୍ବଝରୀସରକାରୀ ପ୍ରାଥମିକ ବିଦ୍ୟାଳୟ କାଚପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର . ନୂଆଗାଁ ଆଦର୍ଶ ବିଦ୍ୟାଳୟ ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ,ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ନୂଆଗାଁ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ଭାଗ ନେବେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ର ଛlତ୍ରୀମାନେ ନିଜସ୍ଵ କଲେଜରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ସ୍ଵାଧୀନତା ଦିବସ ଶାନ୍ତି ଶୃଙ୍ଖଳାର ସହିତ ନୂଆଗାଁ ସ୍କୁଲ ପଡି ଆରେ ଅନୁଷ୍ଠିତ ହେବ ପାଇଁ ନିସ୍ପତି କରାଯାଇଛି । ନିସ୍ପତି କ୍ରମେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ୯ ଘଟିକା ସମୟରେ ପତାକା ଉତୋଲନ କରିବା ସହ ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବ . ତତ ସହିତ ଛାତ୍ର ଛାତ୍ରୀ ଦ୍ଵାରା ପ୍ୟାରେଟ କାଯିବ । ଆଜିର ବୈଠକରେ ନୂଆଗାଁ ବିଡିଓ ବାସୁଦେବ ନାୟକ ବ୍ଲକ,ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା , ଏବିଡ଼ିଓ ଜ୍ୟୋଛଣା ରାଣୀ ସେଠୀ,ସ୍ଵର୍ଣସାରିକା ଜେନା, ଯୋଗେଶ୍ୱର ନାୟକ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।
0 Comments