ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ତତ୍ଵବ ଧାନରେ ଆଜି ଡିମିରି ଝରି ଉଚ୍ଚ ବିଦ୍ୟାଳର ମଧ୍ୟରେ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନଙ୍କ ନବମ ବ୍ଲକ ସ୍ତରୀୟ ମାସିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନୂଆଗାଁ ବ୍ଲକର ୨୫ ଗୋଟି ଉଚ୍ଚ ବିଦ୍ୟାଳୟର ୨୨ ଜଣ ପ୍ରଧାନ ଶିକ୍ଷକ ଉପସ୍ଥିତ ରହିଥିଲେ । ଉକ୍ତ ସଭାରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅଲୋଚନା ହୋଇଥିଲା । ଆଲୋଚନା ପ୍ରସଙ୍ଗ ଥିଲା ଗତ ମାସରେ ଆୟୋଜକ ବିଦ୍ୟାଳୟ ଦିଆଯାଇଥିବା ପରାମର୍ଶ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପସ୍ଥାପନ ,ଯୁଡାଇସ ଅପଟୁଡେଟ ,ଉତ୍କର୍ଷ ,ମାସିକ ପାଠ୍ୟକ୍ରମ ,ଆକଙ୍ଖି ପାଠ୍ୟକ୍ରମ ଅଧୀନରେ ଶିକ୍ଷକ ପ୍ରଶିକ୍ଷଣ ସ୍ଥିତି ସହିତ ପ୍ରଥମ ,ଦିତୀୟ ,ତୃଷ୍ଟୀୟ ପଞ୍ଚମ ଶନିବାର ବିଦ୍ୟାଳୟ ସ୍ତରରେ ହେବାକୁଥିବା ଛାତ୍ର କ୍ଲବ ମାନଙ୍କର କାର୍ଯ୍ୟ କାରିତା ,ଗଣିତ ଦକ୍ଷତା ବୃଦ୍ଧି ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରସ୍ତୁତି ଓ ପଞ୍ଜୀକରଣ ବିଷୟ,ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରସ୍ତୁତି ,ଆୟୋଜକ ବିଦ୍ୟାଳୟ ପରିଦର୍ଶନ ,ବିଦ୍ୟାଳୟରେ ମମତା ଫର୍ମ ଦାଖଲ କରିବା ସହିତ ଏହାର ଏକ ନକଲ ବୈଠକ ଅନୁଷ୍ଠିତ ହେଉଥିବା ବିଦ୍ୟାଳୟକୁ ପ୍ରଦାନ ,ତତ ସହିତ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିସ୍ପତି ଅନୁଯାୟୀ ଗୁରୁତ୍ଵ ପୂର୍ଣ୍ଣ ଆଲୋଚନା ହୋଇଥିଲା ।
0 Comments