ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମା ରେ ଥିବା ନୂଆଗାଁ ଉଚ୍ଛ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଆଜି ନୂତନ ଭାବେ ଯୋଗ ଦେଇଥିବା ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରା ଯାଇଅଛି । ସୂଚନା ଥାଉ କି ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଭିନ୍ନ ବିଭାଗ ରେ ଦାଇତ୍ଵ ରେ ଥିବା ଅଧ୍ୟାପକମାନେ ଅବସର ନେଇଯାଇଛନ୍ତି । ଉକ୍ତ ପଦବୀ ଗୁଡିକରେ ନୂତନ କରି ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ନିଯୁକ୍ତି ଦିଆଯାଇଅଛି । ଇଂରାଜୀବିଭାଗ ରେ ଜିତେନ୍ଦ୍ର କୁମାର ପ୍ରଧାନ, ଶିକ୍ଷା ବିଭାଗ ରେ ପଦ୍ମିନୀ ରାଉତ, ତର୍କଶାସ୍ତ୍ର ବିଭାଗ ରେ ଅମ୍ରିତା ପ୍ରିୟଦର୍ଶିନୀ ପ୍ରଧାନ, କିରାଣୀ ଭାବରେ ଆଶିଷ କୁମାର ନାୟକ ନିଯୁକ୍ତି ଦିଆଯାଇଛି । ଆଜି ବିଦ୍ୟାଳୟ ପରିସରରେ ଶ୍ରେଣୀ ଗୃହ ମଧ୍ୟ ରେ ବିଦ୍ୟାଳୟ ର ଅଧକ୍ଷ। ମଧୁଲତା ପଟ୍ଟନାୟକ ଙ୍କ ତତ୍ଵବାଧ୍ୟାନ ରେ ସ୍ଵାଗତ ସମ୍ବର୍ଦ୍ଧନ। ସଭା ର ଆୟୋଜନ କରଯାଇଥିଲା । ଉକ୍ତ ସଭା ରେ ନୂତନ କରି ଯୋଗ ଦେଇଥିବା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସାହିତ୍ୟ ବିଭାଗ ର ଅଧ୍ୟାପକ ବିଜୟ କୁମାର ସାହୁ,ରାଜନୀତି ବିଭାଗର ଅଧ୍ୟାପକ ସତ୍ୟ ସ୍ଵାଗତ ସାହୁ , ସଂସ୍କୃତ ବିଭାଗ ର ଅଧ୍ୟାପକ ଉପସ୍ଥିତ ରହିଥିଲେ । ଛାତ୍ର, ଛାତ୍ରୀ ଙ୍କ ଗହଣ ରେ ନବ ନିଯୁକ୍ତି ପାଇଥିବା କର୍ମଚାରୀ ଙ୍କୁ ସ୍ଵାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ ଅଧକ୍ଷ୍ୟା ।
0 Comments