ନୂଆଗାଁ ବ୍ଲକର ଭିଭିନ୍ନ ଗ୍ରାମରେ ନନ୍ଦ ଉତ୍ସଵ ଧୁମ ଧାମରେ ପାଳନ ହୋଇଯାଇଛି. ଭଗବାନ କୃଷ୍ଣ ଙ୍କ ଆଗମନରେ ଏହି ଉତ୍ସବକୁ ଯାକଜମ ରେ ପାଳନ କରାଯାଏ।ଶିଖର ଗୋଚ୍ଛା, ହରିପୁର, ନୂଆଗାଁ, ଉଠାଣିସାହି ପରି ବିଭିନ୍ନ ଗ୍ରାମରେ ଏହି ଉତ୍ସଵ ପାଳନ ହୋଇଯାଇଛି।ଉଠାଣୀ ସାହିରେ ନନ୍ଦଉଛବ ଧୁମଧାମରେ ପାଳିତ
ଜନ୍ମାଷ୍ଟମୀ ରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ସାରା ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦମହକୁମା ଉଠାଣି ସାହିରେ ଜନ୍ମାଷ୍ଟମୀ ସାଙ୍ଗକୁ ନନ୍ଦ ଉଛବ ପାଳନ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି। ଗୋପପୁର ନନ୍ଦ ଘରେ ଉତ୍ସବ ପାଳନ ହେଲାପରି ଏଠାରେ ଗୋପପୁର ର ଭ୍ରମ ସୃଷ୍ଟି କଲାପରି ମନେ ହେଉଥିଲା। ଉଠାଣୀ ସାହି ଓ ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ବହୁ ଆଡ଼ମ୍ବରେ ପାଳନ ହୋଇଥିଲା। ବାବା ରାମେଶ୍ବର ଠାକୁର ଙ୍କ ପ୍ରାଗଣରୁ ଯୁବକ ସଂଘର ସଦସ୍ୟ ମାନେ ବିଭିନ୍ନ ବେଶ ଭୂଷରେ ନନ୍ଦ,ନନ୍ଦରାଣୀ, ଶ୍ରୀକୃଷ୍ଣ,ବାଘ,ଭାଲୁ,ଗଉଡ ଗୌଡୁଣି,ବୁଢ଼ା ,ବୁଢିଆଣୀ ଶବର ଶବରୁଣୀ ରୂପରେ ସଜ୍ଜିତ ହୋଇ ବାଜା, ବାଣ ରୋଷଣୀ କରି ନୂଆଗାଁ ଡାକ ବଙ୍ଗଳା ପର୍ଯ୍ୟନ୍ତ ଯାଇଥିଲେ। ଶତାଧିକ ଜନ ଗହଳି ସାଙ୍ଗରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ନୂଆଗାଁ ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଓ ସମାଜ ସେବୀ ଶଙ୍କର୍ଷଣ ବେହେରା ଯୋଗଦେଇଥିଲେ।ଏଭଳି ଏକ ଉତ୍ସଵ ଅୟୋଜନ କରିଥିବା ସାହିବାସି ଓ ଯୁବକ ସଂଘ କୁ ଶ୍ରୀ ବେହେରା ଭୂୟସୀ ପ୍ରଶଂସା କରିଥିଲେ। ଜଗନ୍,କିଶୋର ଆଦି ସହଯୋଗ କରିଥିଲେ।ପାରମ୍ପରିକ ଭବାରେ ଏହି ଉତ୍ସବରୁ ସମସ୍ତ ଗ୍ରାମବାସୀ ଆନନ୍ଦ ଉଲ୍ଲାସରେ ପ୍ରତେକ ବର୍ଷ ପାଳନ କରୁଥାନ୍ତି
0 Comments