ମହୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ୨ୟ ଜିଲ୍ଲା ସ୍ତରୀୟ ହାକଥନକାର୍ଯ୍ୟକ୍ରମ ୨୦୨୪

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨ୟ ଜିଲ୍ଲା ସ୍ତରୀୟ ହାକଥନ କାର୍ଯ୍ୟକ୍ରମ ମହୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଚଳିତ ମାସ ୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି.ବିଦ୍ୟାଳୟ ଅଧକ୍ଷା ନିରଞ୍ଜନ ଦାସଙ୍କ ତୱାବଧାନରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ପ୍ରଥମ ପର୍ଯ୍ୟାରେ ଉଦ୍ଘାଟନି ଉତ୍ସଵ ଅନୁଷ୍ଠିତ ହୋଇଥିଲା।ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଣି ରାଜଶ୍ରୀ ପଟନାୟକ, ଡି.ଏସ.ଏସ ନୟାଗଡ଼ ଶରତ କୁମାର ସାହୁ ପ୍ରମୁଖ ଅତିଥିମାନେ ଉପସ୍ଥିତ ରହିଥିଲେ.ନାୟାଗଡ଼ ଜିଲ୍ଲା ରୁ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ସ୍ଟଲ ନେଇ ଉପସ୍ଥିତ ହୋଇଥିଲେ।ସମୁଦାୟ ୨୯ ପ୍ରତିଯୋଗୀ ମଧ୍ୟରୁ ୨୨ଗୋଟି ସ୍ଟଲ ଉପସ୍ଥିତ ହୀଥିଲେ. ଛାତ୍ର ମାନଙ୍କର ଦକ୍ଷତା ବୃଦ୍ଧି ପାଈଁ ଏହି କାର୍ଯ୍ୟକ୍ରମ ହୋଇଥାଏ.୨୨ ଗୋଟିଏ ସ୍ଟଲ ଉକ୍ତ କାର୍ଯ୍ୟକ୍ରମ ଉପସ୍ଥିତ ହୋଇଥିଲେ. ନୂତନ ଆବିଷ୍କାର ନୂଆ ସୃଷ୍ଟି କିଭଳି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଆସା ନୂତନ ଦିଗଦର୍ଶନ ହେବାର ମାଧ୍ୟମ।ଓଉଟି ରୁ ୩ଜଣ ବିଚାରରକ ଭାବେ ଜଗନ୍ନାଥ ସାହୁ, ସୌମ୍ୟରଞ୍ଜନ ତ୍ରିପାଠୀ, ସତ୍ୟବ୍ରତ ସ୍ୱାଇଁ ଉପସ୍ଥିତ ହୋଇଥିଲେ।ବର୍ଷାରେ ମାହୋଲରେ ଏହି କାର୍ଯ୍ୟକ୍ରମ ଅତି ସୁନ୍ଦର ଭବରେ ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିଲା.ଉଦଯାପନୀ ସଭାକୁ ପରିଚାଳନା କରିଥିଲେ ଦିଲୀପ କୁମାର ଦାସ।ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷା ମଧୁଲିତା ପଟନାୟକ, ରାଜିନୀତି ବିଜ୍ଞାନ ଅଧ୍ୟାପକ ଭିକାରୀ ଚରଣ ସ୍ୱାଇଁ ଉପସ୍ଥିତ ରହିଥିଲେ. ସଭାର ଆରମ୍ଭରେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା ତତ ପରର ନିମନ୍ତ୍ରିତ ଅତିଥି ମାନେ ନିଜ ଅଭିଭାଷଣ ମାଧ୍ୟମରେ ଏକଥନର ମୂଳ ମୂଲ୍ୟବୋଧ କୁ ଉପସ୍ଥାପନ କରାଯାଇଥୁଲା. ପୂର୍ବରୁ ବିଭିନ୍ନ ବ୍ଲକର ବିଭିନ୍ନ ସ୍କୁଲ ବ୍ଲକସ୍ତରିକ ଅକଥନ କାର୍ଯ୍ୟକ୍ରମ ରେ ୨୯ଟି ସ୍ଟଲ ଚୟନ ହୋଇଥିଲା ଛାତ୍ର ଛାତ୍ରୀଙ୍କୁ ୫ହଜାର ପୁରସ୍କାର ରାଶି ଦିଆଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ନିଜ ଅଭିଭାଷଣ ମାଧ୍ୟମରେ ନିଜର ଜିଜସ୍ବ ଅନୁଭୂତି କୁ ଉପସ୍ଥାପନ କରିଥିଲେ. ସରକାରଙ୍କ ଦ୍ୱାରା କଣ ପାଈଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।ହାକଥନ କାର୍ଯ୍ୟକ୍ରମର ଆବଶ୍ୟକତା କଣ ବିଷୟରେ ବିସ୍ତାରିକ ଭାବରେ ଉପସ୍ଥାପନ କରିଥିଲେ।ମହୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫ଟି ସ୍ଟଲ ଚୟନ ହୋଇଥିବାର ଯାହାକି ଆଗ୍ରହ ସୃଷ୍ଟି କରିଥିଲା।

ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ମାନେ ଆ କା ଥାନ ରେ ଯୋଗ ଦେଇ ନିଜସ୍ୱ ଅନୁଭୂତିକୁ ପ୍ରକାଶ କରିଥିଲେ ଆଜିର ୨ୟ ଜିଲ୍ଲା ସ୍ତରୀୟ ଅକଥନ କାର୍ଯ୍ୟକ୍ରମ କ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସୌ୍ୟମଶ୍ରୀ ନନ୍ଦ,ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଣ୍ଡପଡା , ଦ୍ୱିତୀୟ ସ୍ଥାନ ଦିତାଶ ନାୟକ , ବୃନ୍ଦାବନ ସୁବୁଦ୍ଧି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦଶପଲ୍ଲା , ତୃତୀୟ ସ୍ଥାନ ରୁଦ୍ରନାରାୟଣ ବାଇ ଇଟାମାଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧିକାର କରିଛନ୍ତି ।ସେମାନଙ୍କୁ ୧୫ହଜାର ପୁରସ୍କାର ରାଶି ଚେକ ପ୍ରଦାନ କରାଯାଇଥିଲା. ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସମତେ ଶିକ୍ଷକ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇଥିଲେ.

Post a Comment

0 Comments