ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କ ସ୍ୱାଗତ ଉତ୍ସଵ ପାଳନ ହୋଇଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ନୟାଗଡ଼ ଜିଲ୍ଲାର ୨୫ଟି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କରେ କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ରୋତରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଏହି ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପ୍ରବେଶ ବା ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷା ଅମିତା ଦାଶଙ୍କ ଅଧ୍ୟକ୍ଷତାରେ ବେଶ୍ ଆଡ଼ମ୍ବର ପୂର୍ଣ୍ଣ ସହକାରେ ଅନୁଷ୍ଠିତ ହୋଇଯାଇଛି।
ସେହିପରି ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠାନିକ ଭାବରେ ବିଦ୍ୟାଳୟ ଆନୁକୂଲ୍ୟରେ +୨ ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା.ବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା।ବିଦ୍ୟାଳୟ ର ଅଧକ୍ଷାମଧୁଲତା ପଟ୍ଟନାୟକ ଙ୍କ ତତ୍ଵବାଧ୍ୟାନ ରେ ସ୍ଵାଗତ ସମ୍ବର୍ଦ୍ଧନ। ସଭା ର ଆୟୋଜନ କରା଼ଯାଇଥିଲା । ଉକ୍ତ ସଭା ରେ ନୂତନ କରି ନାମ ଲେଖିଥିବା ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା ତତ ସହିତ ± ୨ ପ୍ରଥମ ବର୍ଷର ପାଠ୍ୟ ଖସଡ଼ା, ବିଦ୍ୟାଳୟର ନିୟମ, ଶୃଙ୍ଖଳା ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସାହିତ୍ୟ ବିଭାଗ ର ଅଧ୍ୟାପକ ବିଜୟ କୁମାର ସାହୁ,ରାଜନୀତି ବିଭାଗର ଅଧ୍ୟାପକ ସତ୍ୟ ସ୍ଵାଗତ ସାହୁ , ସଂସ୍କୃତ ବିଭାଗ ର ଅଧ୍ୟାପକ ଉପସ୍ଥିତ ରହିଥିଲେ । ନବନିଯୁକ୍ତି ପାଇଥିବା ଅଧ୍ୟାପକ ଅଧ୍ୟାପିକା ଇଂରାଜୀବିଭାଗ ରେ ଜିତେନ୍ଦ୍ର କୁମାର ପ୍ରଧାନ, ଶିକ୍ଷା ବିଭାଗ ରେ ପଦ୍ମିନୀ ରାଉତ, ତର୍କଶାସ୍ତ୍ର ବିଭାଗ ରେ ଅମ୍ରିତା ପ୍ରିୟଦର୍ଶିନୀ ପ୍ରଧାନ, କିରାଣୀ ଭାବରେ ଆଶିଷ କୁମାର ନାୟକ ଯୋଗଦେଇଥିଲେ । ଛାତ୍ର, ଛାତ୍ରୀ ଙ୍କ ମଧ୍ୟରେ ପ୍ରଥମ ଦିନରେ ଆଗ୍ରହ ଉତ୍କଣ୍ଠା ଏବଂ ଏକ ନୂଆ ଉତ୍ସାହ ଦେଖିବାକୁ ମିଳିଥିଲା।
0 Comments