ନୂଆଗାଁ ପଞ୍ଚାୟତ ସମିତି ମଧ୍ୟରେ ସୁଭଦ୍ରା ଯୋଜନା ସଫଳ ରୂପାୟନ ଓ ହିତାଧିକାରୀଙ୍କ ଦରଖାସ୍ତ ଗ୍ରହଣ ନିମନ୍ତେ ପ୍ରସ୍ତୁତି ବୈଠକ

 


ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ମଧ୍ୟରେ ସୁଭଦ୍ରା ଯୋଜନା ସଫଳ ରୂପାୟନ ଓ ହିତାଧିକାରୀଙ୍କ ଦରଖାସ୍ତ ଗ୍ରହଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଡ଼ିଓ ବାସୁଦେବ ନାୟକ,ସାଂସଦ ପ୍ରତିନିଧି ଭୀମସେନ ସେଠୀ,ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ଉପାଧକ୍ଷ ପର୍ଶୁରାମ ସ୍ୱାଇଁ, ସାଂସଦ ପ୍ରତିନିଧି, ସିଡିପିଓ ଶୁଭରାକେସି ମଲିକ, ଜିପିଡିଓ ଲାଲବାହାଦୁର ରଂଜିତ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକର ସମସ୍ତ ପଂଚାୟତର ସାରାଅଞ୍ଚ ସମିତି ସମେତ ସମସ୍ତ ବିଭାଗର କର୍ମଚାରୀ, ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ। ପ୍ରସ୍ତୁତି ବୈଠକରେ ପ୍ରୋଜେକଟର ମାଧ୍ୟମରେ ସୁଭଦ୍ରା ଯୋଜନାର ଆବେଦନ କିପରି କରାଯିବ ସେ ନେଇ ସମସ୍ତ ବିବରଣୀ ଦେଖଯାଇଥିଲା। କିଭଳି ଆନନବାଡି କର୍ମୀ ଓ ମୋ ସେବା କେନ୍ଦ୍ର, ସାଧରଣ ସେବକେନ୍ଦ୍ର ମଧ୍ୟରୁ ହିତାଧିକାରୀ ଫର୍ମ ନେଇ ସମସ୍ତ ବିବରଣୀ ପୂରଣ କରି ମୋସେବା କେନ୍ଦ୍ରରେ ସଠିକ ଡାକିମେଣ୍ଟ ଦେଇ ଅନଲାଇନ ମଧ୍ୟରେ ଆବେଦନ କରାଯିବ ବୁଝାଯାଇଥିଲା.ବିଡ଼ିଓ ମଧ୍ୟ କିଭଳି ସୁଭଦ୍ରା ଯୋଜନା ହିତାଧିକାରୀ ସଠିକ ଭାବରେ ଆବେଦନ କରାଯିବ ବୁଝାଇଥିଲେ। ଶେଷରେ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଯୋଜନାର ଆବେଦନ ଫର୍ମ ଦିଆଯାଇଥିଲା.


Post a Comment

0 Comments