ନୂଆଗାଁ ବ୍ଲକ ପରିସରରେ ଲକ୍ଷ ପତି ମହିଳାଙ୍କୁ ସମ୍ବର୍ଦ୍ଧନା



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଲକ୍ଷ ପତି ମହିଳାଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିସନ ବିଭାଗ ଆନୁକୁଲ୍ଯରେ ଉକ୍ତ କାର୍ଯ୍ୟ କ୍ରମଟି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟ କ୍ରମରେ ନୂଆଗାଁ ବିଡିଓ ବସୁଦେବ ନାୟକ ,ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା ,ଉପଧାକ୍ଷା ପରଶୁ ରାମ ସ୍ଵାଇଁ ,ସାଂସଦ ପ୍ରତିନିଧି ସନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ୧୧୩ ତମ ମନ କି ବାତ କାର୍ଯ୍ୟ କ୍ରମ ମାଧ୍ୟମରେ ଭରତର ପ୍ରଧାନ ମନ୍ତ୍ରୀ ସିଧା ପ୍ରସାରଣ ମାଧ୍ୟମରେ ମହିଳା ମାନଙ୍କୁ ଶସକ୍ତ କରାଇବା ଓ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିଲା । 


ଦେଶର ଅନେକ ରାଜ୍ୟରେ ଲକ୍ଷପତି   ଯୋଜନା ଆରମ୍ଭ ହୋଇଛି । ୧୫ ଅଗଷ୍ଟ ୨୦୨୩ରେ ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣରେ ଲକ୍ଷ୍ମୀ ଦିଦି ଯୋଜନା ଘୋଷଣା କରାଯାଇଥିଲା । ଏହି ଲକ୍ଷପତି   ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।ଦେଶର ଅନେକ ରାଜ୍ୟରେ ଲକ୍ଷପତି ଯୋଜନା ଆରମ୍ଭ ହୋଇଛି । ୧୫ ଅଗଷ୍ଟ ୨୦୨୩ରେ ଲାଲ କିଲ୍ଲାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣରେ ଲକ୍ଷ୍ମୀ ଦିଦି ଯୋଜନା ଘୋଷଣା କରାଯାଇଥିଲା । ଏହି ଲକ୍ଷପତି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଦେଶର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବ । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଗାଁରେ ରହୁଥିବା ମହିଳାମାନଙ୍କୁ ରୋଜଗାର ଯୋଗାଇବା ଏବଂ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା | ଦେଶର ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଯୋଗଦାନ କରି ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଉକ୍ତ କାର୍ଯ୍ୟକ୍ରମରେ ନୂଆଗାଁ ଜୀବିକା ମିସନ ବିପିଏମ ସସ୍ମିତ ପରିଡା  ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ସ୍ଵୟଂ ସହାଇକା ଗୋଷ୍ଠି ମାନଙ୍କର କାର୍ଯ୍ୟ ଦକ୍ଷତା ଓ ବିଭିନ୍ନ ଯୋଜନା ମାଧ୍ୟମରେ କିଭଳି ମହିଳା ମାନେ ସ୍ଵବଲମ୍ବି ହୋଇପାରିଛନ୍ତି ସେବିଷୟରେ ସୂଚନା ଦେଇଥିଲେ । କିଭଳି ଆଦିବାସୀ ଅଞ୍ଚଳରେ ମା ମାନେ ମହୁ ,ଛତୁ ଚାଷକରି  କରି ରୋଜଗାର କ୍ଷମ ହୋଇପାରିଛନ୍ତି ।ସେହିପରି ମହିପୁର ,ସିକ୍ରୀଡା,କୋରଡା ,ଅଛୁପଡା ଭଳି ଗ୍ରାମରେ ବିଭିନ୍ନ ଯୋଜନା ସ୍ଵୟଂ ସାହାଇକା ଗୋଷ୍ଠୀ ଦ୍ଵାରା କରାଯାଉଛି ସେ ବିଷୟରେ ଆଲୋଚନା କରାଯାଇଥିଲା । ତତ ସହିତ କିଭଳି ଅନ୍ୟ ପଞ୍ଚାୟତ ମଧ୍ୟରେ ମହିଳା ମାନେ ସ୍ଵବଲମ୍ବି ହୋଇପାରିବେ ସେ ନେଇ ନୂତନ ନିୟମାବଳି ଉପସ୍ଥାପନ କରିଥିଲେ ।  


ଉପସ୍ଥିତ ଅତିଥିମାନେ ନିଜ ଅଭିଭାଷଣରେ ମା ମାନେ କିଭଳି ସରକାରଙ୍କର ସମସ୍ତ ଯୋଜନାକୁ ସଠିକ ଭାବରେ ବୁଝି ମିଳୁଥିବା ଆର୍ଥିକ ରାଶିକୁ ସଠିକ ଭାବରେ ବିନିଯୋଗ କରି ନିଜେ ଶ୍ବବଲମ୍ବୀ ହୋଇପାରିବେ ସେନେଇ ଉକ୍ତି ସ୍ଥାପନ କରିଥିଲେ । ଶେଷରେ ୨୨ ଗୋଟି ପଞ୍ଚାୟତରୁ ଆସିଥିବା ୨୫ ଜଣ ମହିଳାଙ୍କୁ ତାଙ୍କର ଉର୍ଣ୍ଣତ କାର୍ଯ୍ୟ ଧାରା ନିମନ୍ତେ ମାନପତ୍ର ପ୍ରଦାନ କରଯାଇଥିଲା । ତତ ସହିତ ୩୭୧ ଲକ୍ଷ ପତି ମହିଳାଙ୍କୁ ଏହି ମାନପତ୍ର ଦିଆଯିବ । ଓଡିଶା ମିଶନ ଶକ୍ତି ବିଭାଗର ବିଏଲସି ପଙ୍କଜିନୀ ସାହୁ ,ଆଶୁତୋଷ ନାୟକ ,ଚିରଞ୍ଜିବ ଶେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Post a Comment

0 Comments