ଦଶପଲ୍ଲା (ରତ୍ନାକର ହୋତା )ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ସମସ୍ତ ପରିବାର ଲୋକ ଘର ମଧ୍ୟରେ ସୋଇଥିବା ବେଳେ ତାଙ୍କର ଝାଟିମାଟି ଘରଟି ଗତକାଲି ମଧ୍ୟରାତ୍ର ସମୟରେ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଏହି ଭଙ୍ଗାଘର ମଧ୍ୟରେ ଫସି ଯାଇଥିବା ଶ୍ରୀକାନ୍ତ ଙ୍କ ରୋଗିଣା ମାଆ ,ଆସନ୍ନପ୍ରସବା ସ୍ତ୍ରୀ ଫସି ରହିଥିଲେ । ଗ୍ରାମବାସୀ ଙ୍କ ଦୀର୍ଘ ୨ ଘଣ୍ଟାର ଉଦ୍ୟମ ପରେ ଭଙ୍ଗା ଘର ଭିତରୁ ସମସ୍ତ ଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏଠି ପ୍ରକାଶ ଥାଉକି ଶ୍ରୀକାନ୍ତ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀୟ ଲୋକ ହୋଇଥିବାବେଳେ ସେ ଏକ ଚା - ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥାଆନ୍ତି । ତାଙ୍କର ବାସଗୃହ ଟି ଭାଙ୍ଗିଯିବା ଯୋଗୁଁ ସେ ସଂପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି ।ତେଣୁ ତାଙ୍କୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି ।
0 Comments