ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା




ନୂଆଗାଁ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଯୁଧିଷ୍ଠିର ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଜଣେ ଏକାଧାରରେ ପରୋପକାରୀ, ମେଳାପୀ ଓ ସମୟାନୁବର୍ତିତା କର୍ମଚାରୀ ଭାବରେ ବ୍ଲକରେ ବେଶ୍ ଜଣାଶୁଣା ଥିଲେ। ସେ ୨୦୨୧ ମସିହାରେ ନୂଆଗାଁ ବ୍ଲକରେ ଯୋଗ ଦେଇ ପ୍ରାୟ ୩ ବର୍ଷଧରି କାର୍ଯ୍ୟ କରିଆସୁଥିଲେ। ଆଜି ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହେ ଶ୍ରୀ ନାୟକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଉତୋରୀୟ ଦେଇ ସମ୍ବର୍ଦ୍ଧନା କରାଯିବା ସହ ଅନେକ ଉପହାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ନୂଆଗାଁ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପଣ୍ତା, କନିଷ୍ଠ ଯନ୍ତ୍ରୀ ନେତ୍ର ରଞ୍ଜନ ମିଶ୍ର, ପଂଚାନନ ବିଶୋଇ, ଉମେଶ କୁମାର ମହାପାତ୍ର, ସରୋଜିନୀ ବେହେରା, ଦୀପକ ରଞ୍ଜନ ରାଉତ, ବସନ୍ତ କୁମାର ନାୟକ, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଲାଲାହାଦୂର ରଞ୍ଜିତ, ସିପି ତୁଷାରକାନ୍ତ ପାଣିଗ୍ରାହୀ, ଡବ୍ଲୁଇଓ ଯଜ୍ଞେଶ୍ବର ନାୟକ, ବିପିଏମ ସସ୍ମିତା ପରିଡା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ।

Post a Comment

0 Comments