ନୟାଗଡ଼ ବ୍ଳକ ଜୟପୁର 5-ଟି ହାଇସ୍କୁଲରେ ଶ୍ରେଣୀ ଗୃହ ଅଭାବ ରୁ ଛାତ୍ର ଛାତ୍ରୀ ବାରଣ୍ଡା ରେ ପାଠ ପଢୁଛନ୍ତି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଷୟ ଭିତିକ 4ଶିକ୍ଷକ ପଦବୀ ଖାଲି ପଡିଛି, ପ୍ରଧାନ ଶିକ୍ଷକ, ହିନ୍ଦୀ ଶିକ୍ଷକ, କିରାଣୀ, ଚତୃର୍ଥ ଶ୍ରେଣୀ କର୍ମଚାରୀ ଖାଲି ରହିଥିବା ବେଳେ, ବିଦ୍ୟାଳୟ ରେ ଥିବାଶୌଚାଳୟ କୁ ଛାତ୍ର ଛାତ୍ରୀ ଙ୍କୁ ମନା, ତତ ସହିତ ପାଣି ଏକୱାଗାର୍ଡ ରୁ ପାଣି ପିଇବା ବାରଣ କରି ନଳ କୂପ ରୁ ପାଣି ପିଇବାକୁ ପରାମର୍ଶ ଦିଆ ଯାଉଛି, ବିଦ୍ୟାଳୟ ରେ ବୋରିଂ କରାଯାଇ ଟାଙ୍କି ଥିବା ବେଳେ ଜାଣି ସୁଣି, ଶୌଚାଳୟ,ଓ ବିଦ୍ୟାଳୟ ରେ ଥିବା ପରିସ୍ରାଗାର କୁ ପାଣି ବନ୍ଦ କରିବା, ନେଇ ଅଭିଭାବକ ମହଲ ରେ ସନ୍ଧେହ ସୃଷ୍ଟି ହୋଇଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ଥିବା ଶୌଚାଳୟ ଓ ପରିସ୍ରା ଗାରକୁ ନିୟମିତ ପାଣି ଯାଉଛି, କିଛି ଛାତ୍ରଛାତ୍ରୀ ପରିସ୍ରାଗାର ବ୍ୟବହାର କରୁଥିବା ବେଳେ ଅନ୍ୟ କିଛି ଛାତ୍ର ଛାତ୍ରୀ ଙ୍କୁ ମନା କରାଯାଇଥିବା ବେଳେ ଆଉ କିଛି ପିଲା ଆଉ ସେଇ ସୁବିଧା କୁ ପାଇବା ଘଟଣା କୁ ଅଭିଭାବକ ନା ପସନ୍ଦ କରିଛନ୍ତି, ଏପଟେ ବିଦ୍ୟାଳୟ ରେ ଷଷ୍ଟ ଶ୍ରେଣୀ ର ସାହିତ୍ୟ,ହିନ୍ଦୀ, ସଂସ୍କୃତ,ରାଜନୀତି ବିଜ୍ଞାନ, ର ପୋଥି ଖୋଲା ଯାଇ ନଥିବା ଛାତ୍ର ଛାତ୍ରୀ ଓ ଅଭିଭାବକ ଅଭିଯୋଗକରିଛନ୍ତି, ତତସହିତ ଛାତ ରୁ ପାଣି ଗଳୁଛି,ବିଜ୍ଞାନ ପରୀକ୍ଷା ଗାର ଓ କମ୍ପୁଟର ପ୍ରକୋଷ୍ଟ ରେ ପାଣି ଜମୁ ଥିବା ବେଳେ, ସ୍କୁଲ ପାଚେରୀ ମଧ୍ୟ ଭୁଷୁଡ଼ି ପଡିଛି,ଏହି ବିଦ୍ୟାଳୟ 1993ରେ ସ୍ଥାପିତ ହୋଇଥିବା ବେଳେ 2017ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ସାମିଲ ହୋଇଥିଲା, ପ୍ରଥମ ରୁ ଦଶମ ଶ୍ରେଣୀ ଗୋଟିଏ କ୍ୟାମ୍ପସ ରେ ଥିବା ବେଳେ ସ୍କୁଲ ରେ 192ଛାତ୍ର ଛାତ୍ରୀ ପାଠ ପଡୁଛନ୍ତି,ପ୍ରଥମ ରୁ ଅଷ୍ଟମ 147ଛାତ୍ର ଛାତ୍ରୀ ଥିବା ବେଳେ 4ଜଣ ଶିକ୍ଷକ ଅଛନ୍ତି,, ବିଷୟ ଗତ ଶିକ୍ଷକ 4ପଦବୀ ଖାଲି ପଡିଥିବାରୁ,ଏପରିକି ଷଷ୍ଠ ଶ୍ରେଣୀ ର କିଛି ବିଷୟ ପଢା ଯାଉନାହିଁ,ଏ କଥା ପ୍ରଧାନ ଶିକ୍ଷକ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀସସ୍ମିତା ମିଶ୍ର ଜାଣି ନଥିବା କଥା କହି ଥିବା ବେଳେ ରୋଚକ କଥା ହେଉଛି
ଉକ୍ତ ହାଇସ୍କୁଲ ରେ ଖେଳ ଶିକ୍ଷକ ଥିବା ବେଳେ ସ୍କୁଲ ରେ ଖେଳିବାକୁ ସୁଯୋଗ ଦିଆ ଯାଉନାହିଁ,ଖେଳ ଶିକ୍ଷକ କମନ ରୁମ ରେ ବସି ବିଶ୍ରାମ ନେଉଥିବା ବେଳେ ଖେଳ ଶିକ୍ଷକଙ୍କ ପୁତୁରା କାମ ଚଳl ଉ ଛନ୍ତି, ଖେଳ ଶିକ୍ଷକ ଅକ୍ଷମ ଥିବା ବେଳେ ପୁତୁରା ଙ୍କ ବିଦ୍ୟାଳୟ ରେ କାର୍ଯ୍ୟ କୁ ନେଇ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ବିଦ୍ୟାଳୟ ରେ ଗ୍ୟାସ ପରିବର୍ତ୍ତେ କାଠ ଚୁଲି ରେ ରୋଷେଇ କରାଯାଉଛି,ଶ୍ରେଣୀ ଗୃହ ଅଭାବ ରୁ ଛାତ୍ର ଛାତ୍ରୀ ବାରଣ୍ଡା ରେ ପାଠ ପଢ଼ୁଥିବା ପ୍ରଧାନ ଶିକ୍ଷୟତ୍ରୀ ସ୍ୱୀକାର କରିଛନ୍ତି,ବାରଣ୍ଡା ରେ ପଢା ଯାଉଥିବା ବେଳେ ପ୍ରଥମ ରୁ ସପ୍ତମ ଶ୍ରେଣୀ ରେ 4ଜଣ ଓ ଅଷ୍ଟମ ନବମ, ଦଶମ ଶ୍ରେଣୀ ପାଇଁ 6ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି, ଏସବୁବିଦ୍ୟାଳୟ ର ଅବ୍ୟବସ୍ଥା କୁନେଇ କଳାହାଣ୍ଡି, ଜୟପୁର, ସୁବର୍ଣ୍ଣଦେଇ ପୁର ଓ ନୂଆ ଜୟପୁର ର ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାଭାବକ ଜିଲ୍ଲା ପାଳଙ୍କ ନିକଟରେ ପହଂଚି ଜିଲ୍ଲା ପାଳଙ୍କୁ ଅଭିଯୋଗ ଜଣାଇଥିବା ସୂଚନା ମିଳିଛି
0 Comments