ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଭାପୁର ବ୍ଲକ ପରିସରରେ ସୋମବାର
ପୂର୍ବାହ୍ନରେ ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣୀ
ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆଜି ସର୍ବମୋଟ ୩୯ଗୋଟି ଅଭିଯୋଗ ପଞ୍ଜିକୃତ
ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୪ଗୋଟି ଗ୍ରାମ୍ୟ ବିବାଦ ସମସ୍ୟା ଥିବାବେଳେ ରିଲିଫ
ପାଣ୍ଠିରୁ ସହାୟତା ପାଇଁ ୩ଟି ଅଭିଯୋଗ ଆସିଥିଲା। ନିଜସ୍ଵ ଅଭିଯୋଗ ୩୯ଟି ଥିବା ବେଳେ
ସେଥିମଧ୍ୟରୁ ୪ଟି ଅଭିଯୋଗର ତତ୍କାଳୀନ ସମାଧାନ କରାଯାଇଥିଲା।

ଭାପୁର ବ୍ଲକ ବିଡ଼ିଓ ରଣଜିତ କୁମାର ମଲ୍ଲିକଙ୍କ ଆୟୋଜନରେ ଵ୍ଲକ ସଭାଗୃହରେ ଏଡିଏମ
ରୋଜିନା ଦାସଙ୍କ ନେତୃତ୍ୱରେ ଆୟୋଜିତ ଜନ ଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
ରାହୁଲ ଜୈନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ
କର୍ଣ୍ଣଦେବ ସମାଦାର, ଡେପୁଟି କଲେକ୍ଟର ଡ଼. ଅଭିଜିତ ଷଡ଼ଙ୍ଗୀ, ବ୍ଲକ ଉପାଧ୍ୟକ୍ଷ
ବେଣୁଧର ପ୍ରଧାନ, ତହସିଲଦାର ଅର୍ଜୁନ ପ୍ରଧାନ ଯୋଗଦେଇ ଜନଶୁଣାଣୀ ଶିବିରରେ ସହଯୋଗ
କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବିଭାଗର ଜିଲ୍ଲା ଅଧିକାରୀ ମାନେ ଓ ବ୍ଲକ
ଅଧିକାରୀ ମାନେ ଯୋଗ ଦେଇଥିଲେ। ବ୍ଲକର କର୍ମଚାରୀ ମାନେ ଏହି ଶିବିର ପରିଚାଳନାରେ ସହଯୋଗ
କରିଥିଲେ। ତେବେ ପ୍ରତିକୂଳ ପାଗ ଓ ଵହୁଳ ପ୍ରଚାର ଅଭାବ ସହିତ ଦିନ ତମାମ ଝିପିଝିପି
ବର୍ଷା ଲାଗି ରହିଥିବାରୁ ଅନେକ ଲୋକ ଜନଶୁଣାଣୀ ଶିବିରକୁ ଆସିପାରି ନଥିବା ଦେଖିବାକୁ
ମିଳିଛି।
0 Comments