ବୃତ୍ତଂଗ ବୃହତ୍ ଜଳସେଚନ ଯୋଜନା କୁଂ ମିଳିଲା ୨ ୟ ପରିବେସ ମଂଜୁରୀ

 


ଦଶପଲ୍ଲା : - (ରତ୍ନାକର ହୋତା ) ନୟାଗଡ଼ ଜିଲ୍ଲାବାସୀଙ୍କ ଦୀର୍ଘ ପ୍ରାୟ ପାଞ୍ଚ ଦଶନ୍ଧିର ସୁପ୍ନ ପୂରଣ ହୋଇଛି। ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ଦ୍ଵିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ମିଳିଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ

ମନ୍ତ୍ରାଳୟର ମଞ୍ଜୁରି ପରେ ଏହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଥିବାରୁ ଜିଲ୍ଲାର ହଜାର ହଜାର ଚାଷୀଙ୍କ ମୁହଁରେ ଉତ୍ସାହ ଦେଖାଦେଇଛି । ଏହି ପ୍ରକଳ୍ପ ଦ୍ବାରା ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଖଣ୍ଡପଡ଼ା, ନୂଆଗାଁ ଓ ଓଡ଼ଗାଁ ବ୍ଲକର ୨୩ ହଜାର ୩ଶହ ହେକ୍ଟର ଜମି ଜଳସେଚିତ ହେବାସହ ପାନୀୟଜଳର ମଧ୍ୟସୁବନ୍ଦୋବସ୍ତ ହୋଇପାରିବ। ଟାକରା ପଞ୍ଚାୟତର ମଞ୍ଜାରୀନିକଟରେ ଥିବା ମାଈ ଓ ତାବଲଦେଈ ପାହାଡ଼ର ସଂଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ସମୁଦାୟ ୩,୫୫୨ ହେକ୍ଟରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଧ୍ୟରେ ୧୫୨୪.୧୭ ହେକ୍ଟର ଜଙ୍ଗଲ ଜମି, ୭୯୦.୮୮ ହେକ୍ଟର ସରକାରୀ ଜମି ଓ ୧୨୩୭.୦୧ ହେକ୍ଟର ବେସରକାରୀ ଜମି ଥିବାବେଳେ ୨୧୨୧.୪୧ ହେକ୍ଟର ଜମି ଜଳ ପ୍ଲାବିତ ହେବ। ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବୃତ୍ତଙ୍ଗ ଜଳସେଚନ କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରାଠାରୁଆରମ୍ଭ କରି ବିଧାନସଭାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନାନା ପ୍ରଶ୍ନ ଉଠାଇଥିଲେ | ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୭୦୦ କୋଟି ଟଙ୍କା ମଞ୍ଜୁର କରିଥିବା ନେଇ ଘୋଷଣା କରିଥିଲେ । ତେବେ, ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରି ସମୟରେ ଦଶପଲ୍ଲା ତହସିଲର ୩ଟି ସର୍କଲ ବଢ଼େୟାପଲ୍ଲୀ, କୁଲୁରୁକୁମ୍ପା ଓ ନେଳିଗୁଡ଼ା ସର୍କଲର ପ୍ରାୟ ୧୬ ହଜାର ୯ ଶହ ୬୫ ଏକର ଜାଗାକୁ କଞ୍ଜର୍ଭେସନ ରିଜର୍ଭ ଘୋଷଣା ପାଇଁ ସର୍ତ୍ତାବଳୀ ରହିଥିଲା ।


କିଛିମାସ ତଳେ ଭୁବନେଶ୍ଵରରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏସବୁ ଜାଗା ମଧ୍ୟରେ ବିକାଶମୂଳକ କାର୍ଯ୍ୟପାଇଁ ପ୍ରାୟ ୪ ହଜାର ୩ ଶହ ହେକ୍ଟର ସ୍ଥାନ ସମେତ ୯୬ଟି ଗ୍ରାମକୁ ଏଥିରୁ ବାଦେବାକୁ ନିଷ୍ପତି ହୋଇଥିଲା। ଏ ନେଇ କେନ୍ଦ୍ର ସରକାର ମଧ୍ୟ ସହମତି ପ୍ରକାଶ କରିଥିଲେ। ଉଭୟଙ୍କ ସହମତି କ୍ରମେ ବିକାଶମୂଳକ କାର୍ଯ୍ୟପାଇଁ ଏସବୁ ସ୍ଥାନ ଏବଂ ଗ୍ରାମକୁ ବାଦ୍ ଦିଆଯିବାକୁ ନିଷ୍ପତି ନେବାପରେ ତହସିଲ ପକ୍ଷରୁ ସେସବୁ ସ୍ଥାନ ଏବଂ ଗ୍ରାମକୁ ଚିହ୍ନଟ କରାଯାଇ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବା ସହ କେନ୍ଦ୍ର ସରକାରଙ୍କ ନିକଟକୁ ପଠା ଯାଇଥିଲା । ଅନ୍ୟପକ୍ଷରେ, ଜଙ୍ଗଲ କ୍ଷୟର ଭରଣା ବା

। ନୂତନ ବନୀକରଣ ଏବଂ ହାତୀ କରିଡର୍‌ ପାଇଁ ପ୍ରଥମ

ରୁ ପର୍ଯ୍ୟାୟରେ ଜଳସମ୍ପଦ ବିଭାଗ ୭୫ କୋଟି ୮୫ ଲକ୍ଷ

୨୯ ହଜାର ୩୧୪ ଟଙ୍କା ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୮୦ କୋଟି ୨୯ ଲକ୍ଷ ୭୨ ହଜାର ୫ଶହ ଟଙ୍କା ବନବିଭାଗ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି ।

Post a Comment

0 Comments