ଓଡିଶା ସରକାର ଶ୍ରମ ଵିଭାଗ ନିର୍ଦେଶ ମୁତାବକ ଶ୍ରମିକ କଲ୍ୟାଣ ଯୋଜନା ରେ ହିତାଧିକାରୀ ମାନଙ୍କୁ ଦୀପାକ୍ଷିକ ସହାୟତା ପ୍ରଦାନ ର ଶୁଭରାମ୍ଭ ଶ୍ରୀମତୀ ସ୍ୱଧା ଦେବ ସିଂ, ଭା. ପ୍ର. ସେ ଜିଲାପାଳ ନୟାଗଡ଼ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ 95ଜଣ ଆବେଦନକାରୀ ଙ୍କୁ ଟ. 58,32,400/-ର ଅର୍ଥ ରାଶି ସିଧା ଆବେଦନ କାରୀ ଙ୍କ ବ୍ୟାଙ୍କ ଖାତା କୁ ପଠା ଯାଇଛି, ଏଥିରେ 67ଜଣ ଙ୍କୁ ବିବାହ କାଳୀନ ସହାୟତା ବାବଦ ରେ ଟ, 31,50,000/-ଓ 13ଜଣଙ୍କୁ ଉତ୍ତରଅଧିକାରୀ ମୃତ୍ୟୁ କାଳୀନ ସହାୟତା ବାବଦ ରେ ଟ, 26,00,000/-ଓ 10ଜଣଉତରାଅଧିକାରୀ ଅନ୍ତେଷ୍ଟି କ୍ରିୟା ସହାୟତା ବାବଦ ରେ ଟ, 50,000/-ଏବଂ 5ଜଣପିଲା କୁ ପାଠ ପଢିବା ପାଇଁ ଶିକ୍ଷା ସହାୟତା ବାବଦ ରେ ଟ, 32,400/-ପ୍ରଦାନ କରାଯାଇଥିଲା, ଏଭଳି 15ଦିନିଆ ଶ୍ରମିକ କଲ୍ୟାଣ ଯୋଜନା ରେ ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ ନୂତନ ଭାବେ କରାଯାଇଥିବାରୁ ଶ୍ରମିକ ଭାଇ ଭଉଣୀଙ୍କ ତରଫରୁ ଶ୍ରମ ଵିଭାଗକୁ ସାଧୁ ବାଦ ଜଣାଇବା ସହିତ ଖୁସି ବ୍ୟକ୍ତ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ ), ପୂଜା ରାଣୀ ସାମଲ, ସହକାରୀ ଶ୍ରମ ଅଧିକାରୀ, ଭାପୁର, ଶ୍ରୀ ସତ୍ୟବ୍ରତ ପାଇକରାୟ, କଲ୍ୟାଣ ସଂଯୋଜକ ଶ୍ରୀ ଅନିଲ କୁମାର ମହାରଣା ପ୍ରମୁଖ ଯୋଗ ଦେଇ ଥିଲେ
0 Comments