ନୂଆଗାଁ ବ୍ଲକର ୨ ଟି ବିଦ୍ୟାଳୟରେ ପଠାଣିସାମନ୍ତ ମେଧାବୃତି ପରୀକ୍ଷା ଅନୁଷ୍ଠିତ


ନୂଆଗାଁ ବ୍ଲକର ଦୁଇଗୋଟି ବିଦ୍ୟାଳୟରେ ଆଜି ପଠାଣିସାମନ୍ତ ମେଧାବୃତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ଷଷ୍ଠ ,ନବମ ଶ୍ରେଣୀର ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ସୂଚନା ଥାଉକି ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ୯୩ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ସେଣ୍ଟର ହୋଇଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ମହିପୁର ମଧ୍ୟରେ ୧୦୦ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ସେଣ୍ଟର ହୋଇଥିଲା । ସମୁଦାୟ ୧୯୩ ଜଣ ପରୀକ୍ଷାର୍ଥୀ ପଠାଣିସାମନ୍ତ ମେଧାବୃତି ପରୀକ୍ଷା ପାଇଁ ଆବେଦନ କରିଥିଲେ । ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଷଷ୍ଠ ଶ୍ରେଣୀ ଷ୍ଟେଜ ୧ରେ ୫୯ପିଲା ଆବେଦନ କରିଥୁବା ବେଳେ ଉପସ୍ଥାନ ୪୩ରହିଥିବା ବେଳେ ୧୬ଜଣ ଅନୁପସ୍ଥିତ ରହିଥିଲେ. ସେହିପରି ନବମ ଶ୍ରେଣୀ ଷ୍ଟେଜ ୨ରେ ୩୪ ଆବେଦନ କରିଥିବା ବେଳେ ୨୪ଉପସ୍ଥିତ ରହିଥିଲେ ୧୦ଜଣ ଉପସ୍ଥିତ ନଥିଲେ। ସମୟଦାୟ ୬୭ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ. ଏବଂ ୨୬ ଜଣ ଅନୁପସ୍ଥିତ ରହିଥିଲେ.    ।ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମହୀପୁରମଧ୍ୟରେ ଷଷ୍ଠ ଶ୍ରେଣୀ ଷ୍ଟେଜ ୧ରେ ୫୬ପିଲା ଆବେଦନ କରିଥି ବା ବେଳେ ଉପସ୍ଥାନ ୩୦ରହିଥିବା ବେଳେ ୨୬ଜଣ ଅନୁପସ୍ଥିତ ରହିଥିଲେ. ସେହିପରି ନବମ ଶ୍ରେଣୀ ଷ୍ଟେଜ ୨ରେ ୪୪ ଆବେଦନ କରିଥିବା ବେଳେ ୪୨ଉପସ୍ଥିତ ରହିଥିଲେ ୦୨ଜଣ ଉପସ୍ଥିତ ନଥିଲେ। ସମୟଦାୟ ୬୭ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ. ଏବଂ ୨୬ ଜଣ ଅନୁପସ୍ଥିତ ରହିଥିଲେ।ସଠିକ ସମୟରେ ପରୀକ୍ଷା ଆରମ୍ଭ ହୋଇଥିଲା । ସକଳ ୮ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା ।

Post a Comment

0 Comments