କେନ୍ଦ୍ର ବଜେଟ୍ ୨୦୨୪ ଉପସ୍ଥାପନ ପରେ କ'ଣ ରହିଛି

 Nirmala Sitharaman's dilemma: Maintaining fiscal stability in the face of  global headwinds, 2024 general election - BusinessTodayସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍-୨୦୨୪ । ମୋଦି ସରକାରର ତୃତୀୟ ପାଳିର ପ୍ରଥମ ତଥା ଆର୍ଥିକ ବର୍ଷ ୨୦୨୪-୨୫ର ଏହି ବଜେଟ୍‌କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି । ବିକଶିତ ଭାରତ ମିଶନକୁ ଦୃଷ୍ଟିରେ ରଖି ଚଳିତ ବଜେଟ୍ ପ୍ରସ୍ତୁତ କରାଯାଇଥିବା ବେଳେ ବଜେଟ୍‌ରେ ମୋଟ ୪୮ ଲକ୍ଷ କୋଟିର ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଓଡିଶାର କୌଣସି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇନଥିବା ବେଳେ ପୂର୍ବୋଦୟ ଅଭିଯାନରେ ଓଡ଼ିଶା ଭାଗୀଦାର ଭାବରେ ଅନୁଦାନ ପାଇବ । ଏହା ସହିତ ଓଡିଶାର ପର୍ଯ୍ୟଟନ ଶିଳ୍ପ ପାଇଁ ବ୍ୟୟବରାଦ ଘୋଷଣା କରାଯାଇଛି । ଏହାସହ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ତେବେ କେନ୍ଦ୍ର ବଜେଟ୍‌କୁ ନେଇ ବ୍ରହ୍ମପୁର ସହରରେ ବୁଦ୍ଧିଜୀବୀ ଓ ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ କ'ଣ ରହିଛି ପ୍ରତିକ୍ରିୟା ଏ ନେଇ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଇଟିଭି ଭାରତର ବ୍ରହ୍ମପୁର ସମ୍ବାଦଦାତା । ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଉପସ୍ଥାପନ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ଲାଗି ବଜେଟ ଉପସ୍ଥାପନ କରିଛନ୍ତି । ସାଧାରଣ ବଜେଟରେ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏହାସହ ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଛି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ? ମୋଟ ବଜେଟକୁ ୧ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରକୁ ଯିବ ଆସନ୍ତୁ ଜାଣିବା ।



ଟଙ୍କାଟିଏ କେଉଁ କ୍ଷେତ୍ରରୁ ଆସିବ ?

  1. ଋଣ ଓ ଅନ୍ୟାନ୍ୟ ଦେୟ-27 ପଇସା
  2. କର୍ପୋରେଟ୍‌ ଟିକସ-17 ପଇସା
  3. ଆୟକର-19 ପଇସା
  4. ସୀମା ଶୁକ୍ଳ-4 ପଇସା
  5. ଜିଏସଟି -18 ପଇସା
  6. କେନ୍ଦ୍ରୀୟ ଅବକାରୀ ଟିକସ-5 ପଇସା
  7. ଅଣ ଟିକସ ରାଜସ୍ବ-9 ପଇସା
  8. ଅଣ ଋଣ ପୁଞ୍ଜି ରସିଦ-1 ପଇସା


ଟଙ୍କାଟିଏ କେଉଁ କ୍ଷେତ୍ରକୁ ଯିବ ?

  1. ରାଜ୍ୟ ଟିକସ ଓ ଶୁକ୍ଳ ଭାଗ-21 ପଇସା
  2. ସୁଧ ପରିଶୋଧ-19 ପଇସା
  3. କେନ୍ଦ୍ରୀୟ ସ୍କିମ୍‌-16 ପଇସା
  4. ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ- 9 ପଇସା
  5. କେନ୍ଦ୍ର ପ୍ରୟୋଜିତ ସ୍କିମ୍‌- 8 ପଇସା
  6. ପ୍ରତିରକ୍ଷା- 8ପଇସା
  7. ସବସିଡି- 6 ପଇସା
  8. ପେନସନ- 4 ପଇସା
  9. ଅନ୍ୟାନ୍ୟ ବ୍ୟୟ- 9 ପଇସା

ସୂଚନା ଥାଉ କି ବିକଶିତ ଭାରତ ମିଶନକୁ ଦୃଷ୍ଟିରେ ରଖି ଚଳିତ ବଜେଟ ପ୍ରସ୍ତୁତ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମି, ଶିଳ୍ପ, ବାଣିଜ୍ୟ, ଯୋଗାଯୋଗ, ନିଯୁକ୍ତି, ଦକ୍ଷତା ବିକାଶ, ରେଳ, ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ ହୋଇଛି । ପ୍ରମୁଖ ମନ୍ତ୍ରଣାଳୟ ଯେପରିକି ସଡକ ପରିବହନ ଏବଂ ରାଜପଥ ଶକ୍ତି ମନ୍ତ୍ରଣାଳୟ 2,65,808 କୋଟି ବ୍ୟୟବରାଦ ହୋଇଥିବା ବେଳେ କୃଷି କ୍ଷେତ୍ର ଲାଗି 1,51,851 କୋଟି, ଗୃହ ମନ୍ତ୍ରଣାଳୟ ଲାଗି 1,50,983 କୋଟି, ଶିକ୍ଷା ଲାଗି 1,25,638 କୋଟି, ଆଇଟି ଏବଂ ଟେଲିକମ ପାଇଁ 1,16,342 କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ 89,287 68,769 କୋଟି, ସାମାଜିକ କଲ୍ୟାଣ ପାଇଁ 56,501 କୋଟି, ଗ୍ରାମୀଣ ବିକାଶ ପ୍ରତିରକ୍ଷା ପାଇଁ 4,54,773 କୋଟି ଓ ବାଣିଜ୍ୟ ଏବଂ ଶିଳ୍ପ ଲାଗି 47,559 କୋଟି ବ୍ୟୟ ବରାଦ ହୋଇଛି ।

ପଢନ୍ତୁ ବଜେଟ ସମ୍ପର୍କିତ ଅନ୍ୟ କିଛି ଖବର

ସାଧାରଣ ବଜେଟ: କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ, ଜାଣନ୍ତୁ ହାଇଲାଇଟ୍ସ

Union Budget 2024: ସ୍ବତନ୍ତ୍ର ପାହ୍ୟା ନ ଦେଇ ବିହାର-ଆନ୍ଧ୍ରକୁ ଖୁସି କରିଦେଲେ ମୋଦି, ଓଡ଼ିଶାକୁ ଭୁଲିଗଲେ !

କେନ୍ଦ୍ର ବଜେଟରେ ମହିଳାଙ୍କୁ ଖୁସି ଦେଲେ ନିର୍ମଳା: ଶସ୍ତା ହେବ ଏସବୁ ସାମଗ୍ରୀ, କିଛି ପଦାର୍ଥ ଉପରେ ମହଙ୍ଗା ମାଡ଼

Union Budget 2024: ପୂର୍ବ-ଭାରତକୁ ସାମଗ୍ରିକ ଫୋକସ, କିନ୍ତୁ ଓଡିଶାକୁ ମିଳିଲାନି ସ୍ବତନ୍ତ୍ର ପ୍ୟାକେଜ

କେନ୍ଦ୍ର ବଜେଟ ୨୦୨୪: ୭୫ ହଜାରକୁ ବଢିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ, ଷ୍ଟାର୍ଟଅପ ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ

ବଜେଟରେ ଯୁବ ବର୍ଗଙ୍କୁ ଫୋକସ୍‌: ନବ ନିଯୁକ୍ତ EPFO ଧାରୀଙ୍କୁ ମିଳିବ ଏକ ମାସର ଦରମା, ବଡ କମ୍ପାନୀରେ ଇଣ୍ଟର୍ନସିପ୍ କଲେ ପ୍ରୋତ୍ସାହନ, ଚାକିରିଆ ମହିଳାଙ୍କ ପାଇଁ ହଷ୍ଟେଲ

Post a Comment

0 Comments