କାର୍ ଓ ପିକପ୍ ମୁହାଁ ମୁହିଁ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

 



ନୟାଗଡ଼ : ଜାତୀୟ ରାଜପଥ ଉପରେ ଘଟିଛି ଦୁର୍ଘଟଣା । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଠାରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଏକ କାର ଓ ପିକପ୍ ଗାଡି ମୁହାଁ ମୁହିଁ ଧକ୍କା ହୋଇଛି । ସୂଚନା ଅନୁଯାୟୀ ଭୁବନେଶ୍ୱର ରୁ ରାୟପୁର୍ ଯାଉଥିବା ଏକ କାର ( 0D 02BL 3055 ) ଟି ସୋରଡ଼ା ଠାରେ ଦଶପଲ୍ଲା ରୁ କଟକ ଯାଉଥିବା ଏକ ପିକପ୍ ଭ୍ୟାନ୍ ( OD 05A 9623 )ସହ ମୁହାଁ ମୁହିଁ ଧକ୍କା ହୋଇଛି ।କାର ଚାଳକଙ୍କ ଅଖିଳଗିଯିବାରୁ ଏହି ଦୃଘଟଣା ଘଟିଛି.କାର ଟି ଜଣେ ଡାକ୍ତରଙ୍କ. ସେ ନିଜ କ୍ଲିନିକ କୁ ଯାଉଥିଲେ। କାର ରେ ଦୁଇଜଣ ଯାଉଥିଲେ. ସାମ୍ନାସାମନି ଧକାହେବାରୁ ଗାଡ଼ିରେ ଥିବା ବେଲୁନ ଦୁଇଜଣଙ୍କୁ ସୁରକ୍ଷା ଦେଇଥିଲା. ସାମାନ୍ୟ ଆହତ ହୋଇଥୁଲେ.ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଦୁର୍ଘଟଣାରେ କାହାର ବିଶେଷ କ୍ଷୟ କ୍ଷତି ଘଟି ନାହିଁ । ଘଟଣା ସ୍ଥଳରେ ନୂଆଗାଁ ଥାନା ଅଧିକାରୀ ପହଂଚି ଗାଡି ଦୁଇଟିକୁ ଜବତ କରି ଥାନାକୁ ନେବା ସହ ଏକ ମାମଲା ରୁଜୁ କରି ଘଟଣାକୁ ତଦନ୍ତ ପରିସରଭୁକ୍ତ କରିଛନ୍ତି ।


Post a Comment

0 Comments