ରାସ୍ତା କଡରେପଡଛୀ କୁଢ କୁଢ ପଚା ବାଇଗଣ, ଦୁର୍ଗନ୍ଧରେ ଫାଟିପଡୁଛି ଜାତୀୟ ରାଜପଥ ୫୭

 


ନୟାଗଡ଼ ଜିଲ୍ଲା ଜାତୀୟ ରାଜପଥ ୫୭ ମାଇଛେଳି ସଂପଡା ସରଂକ୍ଷିତ ଜଙ୍ଗଲ ମଧ୍ୟରେ ବିଭିନ ସ୍ଥାନରେ ପଡି ରହିଛି କୂଢକୂଢ ପଚା ବାଇଗଣ ଓ ପଲଥିନ.ସୂଚନା ଥାଉ କି କିଛି ଦିନ ହେଲା ଦେଖିବାକୁ ମିଳିଛି କିଛିଆଶାଧୁ ବ୍ୟବସାୟୀ ନିଜ ଦୋକାନର ପଚା ବାଇଗଣ ରାସ୍ତାର ଦୁଇ ପାର୍ଶ୍ଵରେ ମାଈଛେଳି ଠାରୁ ନୂଆଗାଁ ପର୍ଯ୍ୟନ୍ତ ବିଭିନ ସ୍ଥାନରେ ଦେଖିବାକୁ ମିଳିଛି। ପଚା ବାଇଗଣ ସହିତ ପଲିଥିନ । ଏହି ସବୁ ପଚା ବାଇଗଣ କେଉଁଠାରୁ ଆସିଲା କିଏ ପକେଇ ଅଛି, ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ମୁଖ୍ୟ ରାସ୍ତାରେ ଏହି ପଚ୍ଛା ବାଇଗଣ ପଡି ଦୁର୍ଗନ୍ଧରେ ଫାଟିପଡୁଛି। ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ଙ୍କୁ ଏହି ଅସୁଭିଧା ର ସମୁଖୀନ କରିବାକୁ ପଡୁଛି.

ତା ସହିତ ସରଂକ୍ଷିତ ଜଙ୍ଗଲ ମଧ୍ୟରେବିଭିନ ପ୍ରକାରର ପ୍ରାଣୀ ରହିଥାନ୍ତି ଯଥା ବହୁସଂଖ୍ୟାରେ ମାଙ୍କଡ ରହିଛନ୍ତି । ଏହି ମାଙ୍କଡ ମାନେ ଏହି ସବୁ ପଚା ବାଇଗଣ ଖାଇବା ଦ୍ୱାରା ସେମନେ ରିଗାକ୍ରାନ୍ତ ହୋଇପଡୁଛନ୍ତି ।ଓଡିଶା ସରକାର ଜଙ୍ଗଲ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ ବିଭିନ ଯୋଜନା କରୁଥିଲେ ମଧ୍ୟ ଏହା ଆଜି କାର୍ଯ୍ୟକାରୀ ହୋଇନାହିଁ । ଜଙ୍ଗଲ ବିଭାଗ ତରଫରୁ ରାସ୍ତା କଡ଼ରେ ବିଭିନ ସ୍ଥାନରେ ସୂଚନା ଫଳକ ଲାଗିଥିଲେ ମଧ୍ୟ ଏହାକୁ କେହି ମାନୁନାହାନ୍ତି। ଏହି ମୁଖ୍ୟ ରାସ୍ତା ଦେଇ ବଡବଡ ସରକାରୀ ବାବୁ ଯାଉଥିଲେ ମଧ୍ୟ କାହାର ବି ନିଘାନାହିଁ । ଏହିପରିଯଦି ରାସ୍ତା କଡ ରେ କୂଢ କୂଢ ଆବର୍ଜନା ପଡୁଛି ହେଲେବି କାହାର ଏ ପ୍ରତି ଦ୍ରୁଷ୍ଟି ନାହି । ବନ ବିଭାଗକୁ ସୂଚନା ଦିଆଯାଉଅଛି ଉକ୍ତ ଘଟଣା ଉପରେ ଦୃଷ୍ଟି ଦିଆ ଗଲେ ଜଙ୍ଗଲ ଜୀବ ଜନ୍ତୁ ଙ୍କ ସୁରକ୍ଷା ହେବ ସହିତ ପରିବେଶ ସୁରକ୍ଷା ମଧ୍ୟ ହେବ।

Post a Comment

0 Comments