ନୂଆଗାଁ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି ଅଷ୍ଟମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ -2024 l ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 10 ଦିନ ଧରି ଅନୁଷ୍ଠିତ ହେଉଥିବା ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ -2024 ଆଜି ନୂଆଗାଁ ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦୁରୁଦୁରା, ମହୀପୁର, ବାହାଡାଝୋଲା ଆଦି ବିଭିର୍ଣ୍ଣ ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଚପଲ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସମିତ ସଦସ୍ୟ ନିରଞ୍ଜନ ସାହୁ,ସଞ୍ଜୟ ସ୍ୱାଇଁ, ଶୁଭାଶିଷ ନାୟକ,ବର୍ଷା ପ୍ରିୟଦର୍ଶିନୀ, ସୋମ୍ୟା ସ୍ୱୟଂପ୍ରଭା, ପ୍ରଶାନ୍ତ କୁମାର ସାହୁ, ବାପୁନି ପ୍ରଧାନ, କୃପାସିନ୍ଧୁ ରାଉତ, ଆଶୁତୋଷ ସାହୁ,ପ୍ରମୁଖ ସାମିଲ ହୋଇଥିଲେ l ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା l ସେବା ଉତ୍ସବ ମାଧ୍ୟମରେ ସେବାକୁ ଜିଲ୍ଲାରେ ଏକ ଆନ୍ଦୋଳନର ରୂପଦେବା ପାଇଁ ସମିତିର ଅଧକ୍ଷ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ l ଜିଲ୍ଳାର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଆଗାମୀ ଜୁଲାଇ ୨୫ ତାରିଖରେ ଓଡ଼ଗାଁ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଉଦଯାପିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି l
0 Comments