ନୂଆଗାଁ ସଦର ମହକୁମାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଅମ୍ବଝରୀ ମଧ୍ୟରେ ଆଜି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି. ସାଙ୍ଗର ସଭାପତି ପତିତପାବନ ସାହୁଙ୍କ ନେତୃତରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା.୨୦୨୩ରୁ ଏହି ସଂଘ ବନ୍ଦ ରହିଥିଲା. ଏହିସଂଘର ଆଜି ବୈଠକ କରେ ନୂତନ ଅବସର ପ୍ରାପ୍ତ କର୍ମଚାରୀ ଯୋଗଦେଇଥିଲେ ସେମାନେ ହେଲେ ସନ୍ତୋଷ କୁମାର ସାହୁ, ଶିଶିର କୁମାର ସାହୁ, ଅରୁଣ କୁମାର ପ୍ରଧାନ, ଭାରତ ପ୍ରଧାନ, ଶରତ ଖଣ୍ଡୁଆଳ, ଯୋଗେନ୍ଦ୍ର ନାଥ ଦାସ,ରବିନାରାୟଣ ଖଣ୍ଡୁଆଳ, ପ୍ରଫୁଲ କୁମାର ବାରିକି ପ୍ରମୁଖ ନୂତନ କରି ସଭ୍ୟ ହୋଇଥିଲେ. ନୂତନ ସଭ୍ୟମାନେ ନିଜର ପରିଚୟ ଦେବା ସହିତ ଚାକିରୀ ଜୀବନର ଅନୁଭୂତି ଉପସ୍ଥାପନ କରିଥିଲେ. ସଂଘରେ କିଛି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା ଯେପରି ସିନିଅର ସିଟିଜେନ କମିଟି କରାଯାଇଥିଲା ସିନିଅର ସିଟିଜେନ ମାନଙ୍କର ସୁରକ୍ଷା ଓ ଅସୁବିଧାକୁ ଏହି ନିୟଂତ୍ରଣ କରାଯିବ। ତତ ସହିତ ସଂଘ ହେବା ଦ୍ୱାରା ନିଜର ଅବସର କାଳୀନ ସମୟକୁ ଅତୁବାହିତ କରିବାରେ ସହାୟକ ହେଵ.
0 Comments