ନବକୃଷ୍ଣ ସାହୁ ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଡ଼ିମିରିଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବକୃଷ୍ଣ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ ପାଳନ ହୋଇଯାଇଛି.ଡ଼ିମିରିଝରି ଗ୍ରାମର ଗ୍ରାମବାସୀ ଓ ବିଦ୍ୟାଳୟ କମିଟିର ମିଳିତ ଆନୁକୂଲ୍ୟରେ ଆଜିର ଏହି ଉତ୍ସଵ ପାଳନ ହୋଇଯାଇଛି. ବିଦ୍ୟାଳୟର ପରିସରରେ ସଭାର ଆୟୋଜନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ବିଶେଷତ୍ୱ ଅତିନିଆରା. କାରଣ ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ କମିଟି, ଗ୍ରାମର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ. ଏହି କାର୍ଯ୍ୟକ୍ରମ ଏକ ବିଶେଷତ ଥିଲା କି ସମସ୍ତ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ଏହି ସଭାବକୁ ନିମନ୍ତ୍ରଣ କରାଯାଇଥିଲା. ନବକୃଷ୍ଣ ସାହୁଙ୍କ ଇଚ୍ଛାଥିଲା ତାଙ୍କରି ଏହି ଅବସର କାଳୀନ ସଭାରେ ସମସ୍ତ ଅବସର ପ୍ରାପ୍ତ ଶିକ୍ଷକ ମନେ ଯୋଗଦେବେ.ବହୁସଂଖ୍ୟାରେ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ଯୋଗଦେଇଥିଲେ. ଯାହାକି ଅତି ନୀଆରା ଥିଲା.ଏକକାଳୀନ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଏକତ୍ରିତ କରିଥିବାରୁ ଅଂଚଳରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା.


ଉପସ୍ଥିତ ଥିବା ଅତିଥିମାନେ ନବସାରଙ୍କର ଗୁଣଗାନ କରିଥିଲେ. ଚାକିରୀ ଜୀବନରେ କିପରି ଜଣେ ଆଦର୍ଶ ଶିକ୍ଷକ ଭାବରେ ବିଭିନ୍ନ ବିଦ୍ୟାଳରେ କାର୍ଯ୍ୟ କରି ସଫଳ ଭାବରେ ଜଣେ ଆଦର୍ଶ ଶିକ୍ଷକ ଭାବରେ ସୁ ପରିଚୟ ଅର୍ଯ୍ୟନ କରିଛନ୍ତି ଯାହାକି ଆଜି ସଭିଙ୍କୁ ଟାଣି ଆଣିଥିଲା .ମଞ୍ଚକୁ ଶିକ୍ଷକ କବିରାଜ ବିଶ୍ଵାଳ ପରିଚାଳନା କରିଥିଲା.ନୂଆଗାଁ ବ୍ଲକ ଶିକ୍ଷାଅଧିକାରୀ ପ୍ରଶନ କୁମାର ସାହୁ, ଏବିଓ ଜ୍ୟୋଛନା ରାଣୀ ସେଠୀ, କବିତା ଦାସ,ଶିକ୍ଷକ ମଦନ ମୋହନ ପ୍ରଧାନ, ସୁରେଶ ମହାପାତ୍ର,ରବୀନ୍ଦ୍ର ଖଣ୍ଡୁଆଳ, ଧୀରେନ୍ଦ୍ର କୁମାର ସାହୁ, ବିଦ୍ୟାଳୟକମିଟି ସଭାପତି ପ୍ରମୋଦ କୁମାର ପ୍ରଧାନ, ସୁଭଦ୍ରା ସାହୁ ପ୍ରମୁଖ ଅତିଥିମାନେ ମଞ୍ଚରେ ମଂଚାସୀନ ହୋଇଥିଲେ. ବିଦ୍ୟାଳୟ ଓ ଗ୍ରାମ ପରିଚାଳନା କମିଟି ଦ୍ୱାରା ଗ୍ରାମର ଜଣେ ବୟଜେଷ୍ଟ ବ୍ୟକ୍ତି ବୈକୁଣ୍ଠ ନାଥ ନାୟକ, ରାମଚନ୍ଦ୍ର ପ୍ରଧାନ ଙ୍କୁ ମାନପତ୍ର ଉତ୍ତରିଅ ଦେଇ ସମ୍ମାନିତ କରାଯାଇଥିଲା। ଉକ୍ତ ଅବସର କାଳୀନ ସଭାରେ ସମସ୍ତ ଅତିଥି ମାନେ ସଂକ୍ଷିପ୍ତ ଅଭିଭାଷଣ ଦେଇଥିଲେ.ବିଦ୍ୟାଳୟ କମିଟି ଓ ଗ୍ରାମ୍ୟ କମିଟି ଏକତ୍ରିତ ଭାବରେ ଏହି ଅବସର କାଳୀନ ସଭାକୁ ଆୟୋଜନ କରିଥିଲେ ଯାହାକି ଅତୀବ ସରସ ସୁନ୍ଦର ଓ ଶୃଙ୍ଖଳିତ ଭବରେ କରାଯାଇଥିଲା.

Post a Comment

0 Comments