ପାଠାଗାର ଆନ୍ଦୋଳନର ପୂରୋଧା ତଥା ମହାନ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା) ଙ୍କ ୧୧୭ତମ ଜୟନ୍ତୀ ଅବସରରେ ଭକ୍ତିପୁତ୍ତ ଶ୍ରଦ୍ଧାଞ୍ଜଳୀ
ଦାସିଆ ଅଜାଙ୍କ ୧୧୭ ତମ ଜନ୍ମବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ।
ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଉଦୟପୁର ମଧ୍ୟରେ ଥିବା ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୭ତମ ଜନ୍ମ ଜୟନ୍ତୀ।ଏହି ପୁଣ୍ୟ ତିଥିରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଦାସିଆ ଅଜାଙ୍କ ସଂଗ୍ରାଳରେ ଉପସ୍ଥିତ ରହି ସ୍ମୃତି ପୀଠରେ ପୁଷମାଲ୍ୟ ଅର୍ପଣ କରିଥିଲେ.ତତ ସଶିତ ମହାନ ମହାରୁଷଙ୍କ ପ୍ରତିମୂର୍ତ୍ତିରେ ଧୂପ ପୁଷ୍ପ ଦେଇଥିଲେ.ବିଧାୟକଙ୍କ ସମେତ ସମଜ ସେବୀ ଶଙ୍କର୍ଷଣ ବେହେରା ଓ ଜନପ୍ରତିନିଧି ଉପସ୍ଥିତ ଥିଲେ.ସଂଧ୍ୟା ସମୟରେ ନାମ ସଂକୀର୍ତନ, ଭାଜନ କରାଯାଇଥିଲା.ଦାସିଆ ଅଜାଙ୍କ ସହଧର୍ମିଣୀ ପୂର୍ଣ୍ଣମାସୀ ଦେବୀଙ୍କୁ ଗଭୀର ଶ୍ରାଦ୍ଧଞ୍ଜଳି ଅର୍ପଣ କରିଥିଲେ.
ନୟାଗଡ ଜିଲ୍ଲା ଜିଲ୍ଲା ପାଳଙ୍କ କାର୍ଯ୍ୟ ଳୟ ନିକଟରେ ଥିବା ପ୍ରତିମୂର୍ତ୍ତିରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ସମୂହଙ୍କ ମିଳିତ ଆନୁକୂଲ୍ୟରେ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, କାଉନସେଲର ଲକ୍ଷ୍ମୀଧର ମହାପାତ୍ର, ଜାନକୀ ବଲ୍ଲଭ ଜେନା, ସମାଜସେବୀ ଦାମୋଦର ସାହୁ,ଅରୁଣ କୁମାର ମହାନ୍ତି, ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ ଖଟେଇ, ରୋଟାରିଆନ ଶ୍ରୀଧର କୁମାର ସାହୁ, ପ୍ରାଧ୍ୟାପକ ଡ ବିଜୟ କୁମାର ଚୌଧୁରୀ, ବରିଷ୍ଠ ନାଗରିକ ଗୋଦାବରୀଶ ସାହୁ, ଗୋଦାବରୀଶ ମିଶ୍ର,ଦୁର୍ଯ୍ୟୋଧନ ସାହୁ, ଭାରତ ବିକାଶ ପରିଷଦ ସଦସ୍ୟ ହରେକୃଷ୍ଣ ସାହୁ, ଅନାଦି ଚରଣ ମହାନ୍ତି, ପ୍ରଦୀପ କୁମାର ସାହୁ,ଡ. ନିର୍ମଳ ଶୂରଦେଓ, ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ପ୍ରତାପ ନନ୍ଦ, ଚନ୍ଦ୍ରାବିଜୟୀ ମିଶ୍ର, ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦାନ କରି ପୁଷ୍ପମାଲ୍ୟ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ସମସ୍ତଙ୍କ ପ୍ରିୟ ଦାସିଆ ଅଜା ଭାବେ ସମଗ୍ର ଜନମାନସରେ ପରିଚିତ ସ୍ୱର୍ଗତ ଦାଶରଥି ପଟ୍ଟନାୟକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟପୁରଠାରେ ୧୯୫୯ ମସିହାରେ ବାଞ୍ଛାନିଧି ପାଠାଗାର,୧୯୭୩ ମସିହାରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ । ସେ ୧୯୯୭ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ନିଜ ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ ।
0 Comments