ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ମଧ୍ୟରେ ଥିବା ଗତିଶ୍ୱର ମହାବିଦ୍ୟାଳୟ ମଧ୍ୟରେ ନୂତନ ଗ୍ରନ୍ଥାଗାର ଶୁଭ ଉଦ୍ଘାଟନ ହୋଇଯାଇଛି. ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ କର କମଳରେ ଶୁଭ ଉଦ୍ଘାଟନ କରିଛନ୍ତି. ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କର ଶିକ୍ଷାର ଉର୍ନ୍ନତି ପାଈଁ ଗ୍ରନ୍ଥାଗାର ନିହାତି ଆବଶ୍ୟକ ରହିଥିଲା . ଶିକ୍ଷାର ମାନ ବୃଦ୍ଧି କରିବାରେ ପୁସ୍ତକର ଆବଶ୍ୟକତା ନିତାନ୍ତ ଜରୁରୀ. ମାନ୍ୟବର ବିଧାୟକ ପ୍ରତିଶୁତି ଦେଇ ନୂତନ ଘରପାଇଁ ୬୦ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ . ତାହା ଆଜି ପୂର୍ଣ୍ଣଙ୍ଗ ହୋଇ ଛାତ୍ର ଛାତ୍ରୀଙ୍କ ପାଈଁ ପଢିବା ପାଈଁ ସୁ ଉପଯୋଗୀ ହୋଇଅଛି.ଆଜିର ଉଦ୍ଘାଟନି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ଅଧକ୍ଷ ସୁଶାନ୍ତ କର ତତ୍ୱାବଧାନରେ ଅନୁସ୍ଥିତ ଗତିଶ୍ୱର ମହାବିଦ୍ୟାଳୟ ମଧ୍ୟରେ ନୂତନ ଗ୍ରନ୍ଥାଗାର ଶୁଭ ଉଦ୍ଘାଟନ ହୋଇଥିଲା.
.ମହାବିଦ୍ୟାଳୟ ଅଧକ୍ଷ ସୁଶାନ୍ତ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା.ସମସ୍ତ କଲେଜ କର୍ମଚାରୀ, ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ.ଉକ୍ତ କାର୍ଯ୍ୟକ୍ରମ ସମାଜ ସେବୀ ଶଙ୍କର୍ଷଣ ବେହରା, ମହାବିଦ୍ୟାଳୟ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଏବଂ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହିଥିଲେ.
0 Comments