ନୂଆଗାଁ ୨୬/୦୭ ମହିପୁର ବନାଞ୍ଚଳ ଅଧିନରେ ଥିବା ମହିତମା ସେକ୍ସନ ଖାଲମଡା ବିଟ ଜାକେଡା ପଞ୍ଚାୟତର ଶିମିଳିସାହି ଗ୍ରାମରେ ହାତୀପଲ ଜମିରେ ପସି ଧାନ ତଳି ନଷ୍ଟ କରିଦେଇ ଅଛନ୍ତି । ସୂଚନା ଥାଉକି ରଗଡିମଡା ସଂରକ୍ଷିତ ଜଙ୍ଗଲରୁ ହାତୀ ପଲ ଆସି ସିମିସାହି ଗ୍ରାମ ନିକଟରେ ଥିଲା ଧାନ ବିଲରେ ପସି ଧାନ ତଳି ଦଳି ତଳି ନଷ୍ଟ କରିଦେଇଥିବାର ଦେଖିବାକୁ ମିଳୁଛି.ରବୀନ୍ଦ୍ର ମଳିକ, ସନାତନ ଜlନୀ, ନରେନ୍ଦ୍ର ଜାନୀ , ମେଘନାଦ ମଳିକ, କନ୍ଧ ଖଲମଡl ଗ୍ରାମର ଦେବରାଜ ନାୟକ, ଗଙ୍ଗାଧର ରାଉତ, ଅର୍ଜ୍ଜୁନ ଜlନୀ ପ୍ରାୟ ୭ ଜଣଙ୍କ ଗହିର ଜମିରେ ପଶି ଧାନ ତଳି ଦଳି ଚକଟି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଯାହାକି ଚାଷୀ ମାନଙ୍କନର ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଛି. ଏହି ଚାଷୀମାନେ ଧାନ ଫସଲ ଉପରେ ନିର୍ଭର କରି ଚାଲିଥାନ୍ତି.ଏ ଖବର ମହିତମା ବନପାଳ ମୀନକେତନ ନାୟକ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହିତ ଚାଷୀମାନେ କିପରି କ୍ଷତିପୂରଣ ପାଇବେ ଚାଷୀମାନଙ୍କୁ ଡାକି ବୁଝାଇଥିଲେ. ତତ ସହିତ ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ସୂଚନା ଦେଇଥିଲେ.ଏ ବିଷୟରେ ପଚାରି ବାରୁ ଯେଉଁ ଚାଷୀଙ୍କ ଧାନ ତଳି ନଷ୍ଟ ହୋଇଛି ସେମାନଙ୍କ ଡକ୍ୟୁମେଣ୍ଟ ଦିଆଗଲେ ସରକାରଙ୍କ ତରଫରୁ କ୍ଷତି ପୂରଣ ସହାୟତା ଦିଆଯିବ ବୋଲି ମଧ୍ୟ କହିଛନ୍ତି।
0 Comments