ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ୭୫ ବନ ମୋହୋତ୍ସବ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମ ରେ ଆଜି ମାନ୍ୟବର ସାସଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଅଛନ୍ତି. ସୂଚନା ମୁତାବକ କୋରଡ଼ା ଗ୍ରାମର ଗ୍ରାମବାସୀ ଆସି ସକାଳ ୯ଘଟିକା ସମୟରେ ଏକ ସଭାର ଆୟୋଜକାରୀ ନବନିର୍ବାଚିତ ସାଂସଦ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା.ସେହିପରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ୭୫ ବନ ମୋହୋତ୍ସବ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା. ମା ପାଈଁ ଗଛ ଟିଏ ଏହି ବାର୍ତାର ପ୍ରଚାର ପ୍ରସାର ପାଈଁ ସଚେତନତା ମୂଳକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତା କଣ ସେବିଷୟରେ ସଚେତନତ କରାଯାଇଥିଲା.ପୃଥିବୀ କୁ ମା ସହିତ ତୁଳନା କରାଯାଏ କାରଣ ମା ଯେଭଳି ଦୁଃଖ କଷ୍ଟ ସହି ସନ୍ତାନକୁ ଲାଳନ ପାଳନ କରିଥାଏ ପୃଥିବୀ ମା ସେଭଳି ସମସ୍ତ ଜୀବ କୁ ନିଜ ସନ୍ତାନ ପରି ଲାଳନ ପାଳନ କରିଥାଏ. ଆଜି ଏହି ଆମ ପୃଥିବୀ ମା ସଂକଟରେ ଅଛି. ଅତ୍ୟଧିକ ପରିମାଣରେ ବୃକ୍ଷ କଟିବା ଦ୍ୱାରା ପୃଥିବିର ତାପମାତ୍ରା ବଢିବାର ଲାଗିଛି. ଅସହ୍ୟ ଗୁଳୁଗୁଳି ଉତ୍ତାପରେ ଆଜି ଜୀଵ ଜଗତ ଡହକ ବିକଳ ହେଉଛନ୍ତି. ଏହି ସମସ୍ୟାର ସମଧାନ କେବଳ ବୃକ୍ଷ. ବହୁପରିମାଣରେ ବୃକ୍ଷ ରୋପଣ କରିଲେହିଁ ଏହି ସମସ୍ୟାର ସମାଧାନ ହେଵ. ଆସ ସମତେ ସଂକଳ୍ପ ନେବା ସମସ୍ତେ ଗଛ ଲଗାଇବା. ପୃଥିବୀ ମା କୁ ଏହି ସଂକଟରୁ ରକ୍ଷା କରିବା ନ ହେଲେ ସମୟ ଆସିବ  ଏ ଜୀବଜଗତ ଧନ୍ସ ପାଇଯିବ।



ବିଦ୍ୟାଳୟ ପ୍ରାଙ୍ଗନରେ ସଂସାଦ ଏବଂ ଅତିଥି ମନେ ବୃକ୍ଷ ରୋପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଏ ସିଏଫ ଅମ୍ରିତ କୁମାର ସାହୁ,ନୂଆଗାଁ ବିଡିଓ ବାସୁଦେବ ନାୟକ,ପୂର୍ବତନ ବିଧାୟକ ପୁର୍ଣଚନ୍ଦ୍ର ନାୟକ,ନୂଆଗାଁ ଉପାଧକ୍ଷ ପର୍ଶୁରାମ ସ୍ୱାଇଁ,, ବିଧ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ, ରତ୍ନାକର ପ୍ରଧାନ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ବନବିଭାଗର ସମସ୍ତ କର୍ମଚାରୀ,ସ୍ଥାନୀୟ ଜନପ୍ରତିନିଧି,ଛାତ୍ର ଛାତ୍ରୀ ଯୋଗଦେଇଥିଲେ.

Post a Comment

0 Comments