ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶିରେ ବଳଦ ମୃତ l କ୍ଷତି ପୂରଣ ଦାବିରେ ବିଦ୍ୟୁତ ବିଭାଗର ଗାଡି ଏବଂ କର୍ମଚାରୀଙ୍କୁ ଅଟକାଇଲେ ଗ୍ରାମବାସୀ l

 



ନୟାଗଡ଼ (ବିରୋ ) ଗଣିଆ ବ୍ଲକ ଛାମୁଣ୍ଡିଆ ପଂଚାୟତ ଅନ୍ତର୍ଗତ ଛାଡ଼ମୂଳ ଗ୍ରାମ ଡାଙ୍ଗସହି ନିକଟରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା l ଗ୍ରାମର କେଶବ ଡାଙ୍ଗ ଜଣେ ଗରିବ ଚାଷୀ ସେ ନିଜର ବଳଦ ହଳରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଶନିବାର ଦିନ ଅପରାହ୍ନରେ ବଳଦହଳ ଚରିବା ପାଇଁ ଯାଇଥିଲେ ହଠାତ ଗୋଟିଏ ବଳଦ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶିରେ ଆସିଯିବାରୁ ଘଟଣା ସ୍ଥଳରେ ବଳଦଟିର ମୃତ୍ୟ ହୋଇଥିଲା । ସଙ୍ଗେ ସଙ୍ଗେ ସ୍ଥାୟୀୟ ଲୋକ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ l ବିଦ୍ୟୁତ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ବିଦ୍ୟୁତ ଖୁଣ୍ଟରୁ ତାରକୁ କାଟି ଥିଲେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିକରି ବିଦ୍ୟୁତ ବିଭାଗର ଗାଡି ଏବଂ କର୍ମଚାରୀଙ୍କୁ ଅଟକ ରଖିଥିଲେ l ଦୀର୍ଘ ୫ ଘଣ୍ଟା ଧରି ଘଟଣା ସ୍ଥଳକୁ କୌଣସି ଉଚ୍ଚ ପଦାଧିକାରୀ ପହଞ୍ଚିନଥିଲେ ତେଣୁ ପରିସ୍ଥିତି ଉଗ୍ରରୂପ ନେଇଥିଲା l ପରେ ଗଣିଆ ଥାନା ଏଏସଆଇ ପ୍ରମୋଦ କୁମାର ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଜା କରିବା ସହିତ କ୍ଷତିପୂରଣ ପାଇଁ ଲିଖିତ ପ୍ରତିଶୁତି ଦେବାପରେ ଗ୍ରାମବାସୀ ବିଦ୍ୟୁତ ବିଭାଗର ଗାଡି ଏବଂ କର୍ମଚାରୀଙ୍କୁ ଛାଡିଥିଲେ l ଏନେଇ ବିଦୂତ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ସେ କୁହନ୍ତି ତଦନ୍ତପରେ ସମ୍ପୃକ୍ତ ହିତାଧିକାରୀକୁ ତାଙ୍କର କ୍ଷତିପୂରଣ ପ୍ରଦାନ କରାଯିବ l

Post a Comment

0 Comments