ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୨ତମ ଶ୍ରାଦ୍ଧ ବାର୍ଷିକ ସମାରୋହ ଅନୁଷ୍ଠିତ ।

 




ଦଶପଲ୍ଲା ଆଜି ଦଶପଲ୍ଲାର କୁଞ୍ଜବନଗଡ଼ରେ ଜନ୍ମଲାଭ କରିଥିବା ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ  ୩୨ ତମ ଶ୍ରାଦ୍ଧ ବାର୍ଷିକ ମହାସମାରୋହରେ  ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାଗରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ,NAC ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ ,ତହସିଲଦାର ସ୍ମୃତିରଞ୍ଜନ ଶତପଥି ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ଅତିଥି ମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରକଂ ଆବକ୍ଷ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରକଂ ଲିଖିତ ୨୦ ରୁ ଅଧିକ ନାଟକ ଉପରେ ଆଲୋଚନା କରିଥିଲେ ଓ ତତ୍କାଳୀନ ଓଡ଼ିଆ ସାହିତ୍ୟ କୁ ତାଙ୍କର ଅନବଦ୍ୟ ଦାନ ଉପରେ ଆଲୋଚନା କରିଥିଲେ 

Post a Comment

0 Comments