ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଆନ୍ତର୍ଗତ ଦାଶରଥି ପଟନାୟକ ସଂଗ୍ରାଳୟ ଓ ପ୍ରହଗାରକୁ ଆଜି ମଧ୍ୟାନ୍ନ ସମୟରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଯେନ ପରିଦର୍ଶନରେ ଆସିଥିଲେ. ସଂଗ୍ରାଳୟ ମଧ୍ୟରେ ଥିବା ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସୃତି ପୀଠରେ ପୁଷ୍ପମାଲ୍ୟ ଦେଇ ପ୍ରଣାମ କରିଥିଲେ. ଦାସିଆ ଅଜାଙ୍କ ନାତି ଦୀପକ ପଟନାୟକ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ୱାଗତ କରିବା ସହିତ ସଂଗ୍ରାଳୟ ବୁଲି ଦେଖାଇ ଥିଲେ.ଦଶପଇସାର ରାଜା ଦାସିଆ ଅଜାଙ୍କଦ୍ୱାରା ସଂଗୃହିତ ହୋଇଥିବା ବହୁ ପୁରାତନ ପୁସ୍ତକ, ପୋଥି, ଆଦିବାସୀଙ୍କ ବ୍ୟବହୃତ ଜିନିଷ, ପୁରାତନ ମୁଦ୍ରା, ବୈଦିକ ମୁଦ୍ରା ସହିତ ଅନ୍ୟାନ୍ୟ ଧାତବ ପଦାର୍ଥ ଦେଖି ବିମୋହିତ ହୋଇଯାଇଥିଲେ.ନୂଆଗାଁ ଭାରପ୍ରାପ୍ତ ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ଓ ନୂଆଗାଁ ଥାନାର କର୍ମଚାରୀ ମନେ ଉପସ୍ଥିତ ରହିଥିଲେ.
0 Comments