ଦଶପଲ୍ଲା : - ( ରତ୍ନାକର ହୋତାକଂ ) ରୋଗ, ଦୁଃଖ ଯନ୍ତ୍ରଣା ରେ ଛଟପଟ ରଶ୍ମିତା । ଆହା, ରାହା, ସାହା ସବୁ ହରେଇ ବସିଛି । କଥାରେ ଅଛି, ମାଆ ଆଖିର ଲୁହ, ବଢ଼ିଲା ନଈର ସୁଅ । ଝିଅକୁ ସୁସ୍ଥ କରିବା ପାଇଁ ବାପା , ମାଆ ଚଳାଇଛନ୍ତି ସଂଗ୍ରାମ ନିରବଚ୍ଛିନ୍ନ ସଂଘର୍ଷ । ଅଭାବ ଅନାଟନ ମଧ୍ୟରେ ପେଟର ଭୋକ ଅଥୟ କରିଦେଉଛି ତଥାପି ଦୁଃଖ ଭୁଲି କରିଚାଲିଛନ୍ତି ଅକ୍ଲାନ୍ତ ପରିଶ୍ରମ । ବଢ଼ିଲା ଲୁହ ନଈର ସୁଅ , କମିବାର ନାଁ ଧରୁନି । ସତରେ ଏ ଲୁହ କେତେ ଅମାନିଆ ।ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତର ଗୋପାଳପୁର ଗାଁରେ .. । ବୋଲ ମାନୁନି ଅମାନିଆ ଲୁହ ବୋହି ଚାଲିଛି । ମନରେ ଅନେକ କଷ୍ଟ ରଖି ମୁହଁରୁ ହସ ଦେଖାଇ ଦୁଃଖ ଭୁଲିବାକୁ ଚେଷ୍ଟା କରୁଛନ୍ତି ଗୋପାଳପୁର ଗ୍ରାମର ସନାତନ ପ୍ରଧାନ ଓ ତାଙ୍କ ସ୍ତ୍ରୀ କାମାଖି ପ୍ରଧାନ । ସୂଚନା ଅନୁସାରେ ସନାତନ ଙ୍କ ପରିବାର କହିଲେ ସ୍ତ୍ରୀ କାମାଖି ପ୍ରଧାନ,ଝିଅ ରଶ୍ମିତା ପ୍ରଧାନ, ଆଶା ପ୍ରଧାନ,ପୁଅ ସନ୍ତୋଷ ପ୍ରଧାନ ଓ ଗୋପବନ୍ଧୁ ପ୍ରଧାନ । ଏହି ୪ ଜଣକୁ ନେଇ ସନାତନ ଙ୍କ ପରିବାର । ପୂର୍ବରୁ ଅଭାବଅନାଟନ ଲାଗି ରହିଥିଲେ ସୁଧା ଖୁବ୍ ଭଲରେ ଚାଲିଥିଲା ସନାତନ ଙ୍କ ପରିବାର ।ଦିନ ମଜୁରିଆ ଭାବରେ କାର୍ଯ୍ୟକରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ସନାତନ । ହେଲେ ଦିନେ ଘୋଟି ଆସିଲା ସନାତନ ଙ୍କ ପରିବାର ଉପରେ କଳାବାଦଲ। ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ସନାତନ ଙ୍କ ୧୯ ବର୍ଷୀୟ ଝିଅ ରଶ୍ମିତା ପ୍ରଧାନ କିଛି ଭାବିବା ଆଗରୁ କରିବା ଆଗରୁ ରଶ୍ମିତା ଙ୍କ ଗୋଡ଼ ପଚିଯିବାରେ ଲାଗିଲା । ଫଳରେ ଶେଷରେ ରଶ୍ମିତାଙ୍କ ବାମଗୋଡ଼ ଟିକୁ କାଟିବାକୁ ପଡ଼ିଲା। ଗୋଟେଗୋଡ଼ ଚାଲିଗଲା ପରେ ଗୋଟେ ହାତ ଓ ଥିବା ଡାହାଣ ଗୋଡ଼ ମଧ୍ୟ ଅଚଳ ହେବାରେ ଲାଗିଲା । ସେହି ଦିନଠାରୁ ନିରୁପାୟ ହୋଇ ପଡ଼ି ରହିଛନ୍ତି ସନାତନଙ୍କ ପରିବାର । ଜନ୍ମରୁ ଏମିତି ଅଙ୍ଗହିନ ନଥିଲେ ରଶ୍ମିତା । ପିଲାଟି ଦିନରୁ ଅନ୍ୟ ପିଲାଙ୍କ ଭଳି ସ୍କୁଲ ଯାଉଥିଲେ, ଖେଳୁଥିଲେ,ବୁଲୁଥିଲେ ।କିନ୍ତୁ ଦୁନିଆ ବିଷୟରେ କିଛି ଜାଣିବା ବୁଝିବା ପୂର୍ବରୁ ଭଗବାନ ବୋଧେ ଦାଉ ସାଧିଲେ ରଶ୍ମିତାଙ୍କ ଉପରେ । ଦିବ୍ୟାଂଙ୍ଗ ହୋଇଗଲା ରଶ୍ମିତା । ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିଗଲା ନିଜ ପରିବାର ଉପରେ । ତା ' ଆଖିରେ ମଧ୍ୟ ଥିଲା ଅସରନ୍ତି ସ୍ବପ୍ନ ।କିନ୍ତୁ ସବୁ ସ୍ବପ୍ନ ,ସ୍ୱପ୍ନରେ ରହିଯିବବୋଲି ବା କିଏ ଜାଣିଥିଲା । ସରକାରୀ ଯୋଜନା କହିଲେ ସରକାରଙ୍କ ଦ୍ଵାରା ପ୍ରଦତ୍ତ BSKY କାର୍ଡ,ରାସନ୍ କାର୍ଡ ସାହାଯ୍ୟରେ ପାଉଥିବା ମାସିକ ୫ କିଲୋ ଚାଉଳ ସାଙ୍ଗକୁ ସରକାର ଙ୍କ ତରଫରୁ ମିଳୁଥିବା ୧୦୦୦ ଟଙ୍କା ଭରତ୍ତା । ରଶ୍ମିତା ଙ୍କୁ ମେଡିକାଲ୍ ପର୍ଯ୍ୟନ୍ତ ନେବାରେ ଅସମର୍ଥ ହୋଇପଡ଼ିଛନ୍ତି ବାପା ସନାତନ ଓ ମାଆ କାମାଖି । ତେବେ କଣ ପୂର୍ବବସ୍ଥା ଫେରି ଆସିବ ରଶ୍ମିତା ? ମେଡିକାଲ୍ ଯାଇ ଚିକିତ୍ସା ହେଇପାରିବ ! ରଶ୍ମିତା ଙ୍କୁ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ରଶ୍ମିତା ଙ୍କ ପରିବାର ।ଯଦି କେହି ସ - ହୃଦୟ ବ୍ୟକ୍ତି ରଶ୍ମିତା ଙ୍କୁ ସହାୟତା କରିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ ଆକାଉଣ୍ଟ ନମ୍ବର ।
Account No - 42730100019244
IFSC CODE - BARB0KUNJAB
BANK OF BARODA ,KUNJABANAGARH ,DASPALLA
0 Comments