ଦଶପଲ୍ଲା : - ( ରତ୍ନାକର ହୋତା )ନୟାଗଡ଼ ର ଅଗ୍ରଣୀ ସଂଗଠନ ଭାଷା ,ସାହିତ୍ୟ,ସଂସ୍କୃତି ପରିଷଦ ସୃଜନିକା ନୟାଗଡ଼ ତରଫରୁ ଆଜି ଦଶପଲ୍ଲା ପ୍ରସ୍ କ୍ଲବ୍ ସମ୍ମୁଖସ୍ତ ମହାବୀର ବଣିକ ମହାସଂଘ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସୁଜନିକା ର ସଚୀବ ନିର୍ମଳ ଚନ୍ଦ୍ର ସୂରଦେଓ, ଶୁଭେଚ୍ଛୁ ସମାଜସେବୀ ଦାମୋଦର ସାହୁ ,ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୩୦ ତାରିଖ ଦିନ ଦଶପଲ୍ଲାର ସୀତାରାମ ୟୁଥ୍ କ୍ଲବ୍ ଠାରେ ହେବାକୁ ଥିବା ଡ୍ୟାନ୍ସ ନୟାଗଡ଼ ଡ୍ୟାନ୍ସ ପ୍ରତିଯୋଗିତା ସଂପର୍କରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅନୁଷ୍ଠିତ ହେଉଥିବା ବେଳେ , ପ୍ରତି ବ୍ଲକ୍ ରୁ ୫ ଜଣ ଲେଖାଏଁ ପ୍ରତିଯୋଗୀ ଙ୍କୁ ଚୟନ କରି ନୟାଗଡ଼ ରେ ସେମିଫାଇନାଲ ଓ ପରେ କୃତି କଳାକାର ମାନେ ଫାଇନାଲ ରେ ପ୍ରତିଯୋଗୀତା କରିବେ । ଫାଇନାଲ ରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ ଙ୍କୁ ପ୍ରଥମ ପୁରସ୍କାର ଭାବରେ ୧୦ ହଜାର ଟଙ୍କା ଆର୍ଥିକରାଶି, ମେମେଣ୍ଟମ୍ ପ୍ରଶଂସାପତ୍ର ପ୍ରଦାନ କରାଯିବ ,ଦ୍ୱିତୀୟ ପୁରସ୍କାର ଭାବେ ୫ ହଜାର ଆର୍ଥିକ ରାଶି ,ତୃତୀୟ ପୁରସ୍କାର ଭାବରେ ୩ ହଜାର ରାଶି ପ୍ରଦାନ କରାଯିବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀ ଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବା ନେଇ ନିର୍ମଳ ଚନ୍ଦ୍ର ସୂରଦେଓ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ,ଗ୍ରାମାଞ୍ଚଳରେ ବହୁ ପ୍ରତିଭା ଲୋକଲୋଚନ କୁ ଆସିପାରୁନଥିବା ,ବେଳେ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ,ରାଜ୍ୟସ୍ତରରେ ରାଜ୍ୟ ବାହାରେ ମଧ୍ୟ ଗ୍ରାମାଞ୍ଚଳ ର ପ୍ରତିଭାବାନ କଳାକାର ମାନେ କିପରି ତାଙ୍କ ପ୍ରତିଭା ପଦର୍ଷନ କରିପାରିବେ ସେନେଇ ସୃଜନିକା ଅନୁଷ୍ଠାନ ର ଏହା ଏକ ନିଆରା ପ୍ରୟାସ ବୋଲି କହିଛନ୍ତି ଅନୁଷ୍ଠାନ ର ଶୁଭେଚ୍ଛୁ ସମାଜସେବୀ ଦାମୋଦର ସାହୁ।
0 Comments