ବିଲୁଆ କାମୁଡ଼ା ରେ ଯୁବକ ଆହତ



ନୂଆଗାଁ:ନୂଆଗାଁ ନୂଆସାହି ଗ୍ରାମ ର ନୀର ପ୍ରଧାନ (୫୦)ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ଜଙ୍ଗଲରେ ବିଲୁଆ  ଆକ୍ରମଣରେ ହାତ ,ଗୋଡ଼ ଓ ଜଂଘ  ଗୁରୁତର ହୋଇ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ମହିତମା ବନପାଳ ମୀନକେତନ ନାୟକଙ୍କୁ ପଚାରିବାରୁ ଏହି ଘଟଣା ଜାଣିବା ପରେ ସେ ମେଡିକାଲ ଯିବେ ବୋଲି ପ୍ରକାଶ କରିଥିଲେ। ତତ ପରେ ରାତି ୮ ଘଟିକା ନୟାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ନୀର ପ୍ରଧାନଙ୍କୁ ଦେଖାକରି ସମସ୍ତ ଘଟଣାକୁ ପଚାରି ବୁଝିଥିଲେ.ଏବଂ ବନବିଭାଗ ଦ୍ୱାରା ସରକାରୀ ସହାୟତା ମିଳିବ ପ୍ରତିଶୁତି ଦେଇଥିଲେ.ଜଣେ ଗରିବ ଶ୍ରେଣୀ ର ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଅଛି.

Post a Comment

0 Comments