ରୋଗ , ଦୁଃଖ ଓ ଯନ୍ତ୍ରଣାରେ ଛଟପଟ ମାନସୀ

 




ଜୀବନ ଜିଁଇଛି ମରିମରି,ବଞ୍ଚିବାକୁ ଆଉ ଇଚ୍ଛାନାହିଁ କିନ୍ତୁ ବଞ୍ଚିବାକୁ ପଡୁଛି ମୋର ୨ଟି ପୁଅ ପାଇଁ । ସତେ ଯେମିତି ପାଲଟି ଯାଇଛି ମୁଁ ଜିଅନ୍ତା ଶବ । ହଁ ଆଜ୍ଞା ଏକଥା ଆମେ କହୁନୁ କହୁଛନ୍ତି ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ଜାମୁସାହି ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ ।


ବଞ୍ଚିବା ପାଇଁ କରୁଛି ଆକୁଳ ନିବେଦନ ମତେ ବଞ୍ଚାଇଦିଅ...ଘରର ଚାରିକାନ୍ଥ ମଧ୍ୟରେ ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜାମୁସାହି ଗ୍ରାମର ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ । ମାନସୀ ଙ୍କ ପରିବାର କହିଲେ ସ୍ବାମୀ ଶେଷଦେବ,ପୁଅ ରାକେସ ନାୟକ ଓ ସାନ ପୁଅ ଆୟୁଷ ନାୟକ ।ସୂଚନା ଅନୁସାରେ ଆଗରୁ ମନଶୀଙ୍କ ପରିବାରରେ ଅଭାବଅନାଟନ ଲାଗି ରହିଥିଲେ ସୁଧା ଶେଷଦେବ ଦିନ ମଜୁରିଆ ଭାବରେ କାର୍ଯ୍ୟକରୀ ପରିବାର ପ୍ରତିପୋଷଣ କରି ଦଉଥିଲେ ।କିନ୍ତୁ ଗତ ୩ ରୁ ୪ ମାସ ହେବ ମାନସୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଘରର ଚାରିକାନ୍ଥ ମଧ୍ୟରେ ଆଖିରୁ ଲୁହ ଗଡ଼ାଇ  ଛଟପଟ ହେଉଛନ୍ତି ।ଶେଷଦେବ ଦିନ ମଜୁରୀଆ ଭାବେ କାର୍ଯ୍ୟକାରବାରେ ବର୍ତ୍ତମାନ ଅସମର୍ଥ କାରଣ ସ୍ତ୍ରୀ ରୋଗଶଯ୍ୟାରେ ଘରେ ୪ ବର୍ଷ ଓ ୧୦ ବର୍ଷର ୨ ଟି ପୁଅ ଶେଷଦେବ ଘରକଥା ବୁଝିବେ ନା କାର୍ଯ୍ୟକରୀ ଅର୍ଥ ରୋଜଗାର କରିବେ । ଅଭାବ ଅନାଟନ ମଧ୍ୟରେ ପେଟର ଭୋକ ଅଥୟ କରିଦେଉଛି ତଥାପି ଦୁଃଖ ଭୁଲି ବଞ୍ଚିବା ପାଇଁ ସଂଗ୍ରାମ କରି ଚାଲିଛନ୍ତି ମାନସୀ ।ମାନସୀ ଙ୍କ ପରିବାର କୁ ଗ୍ରାମବାସୀ ଚାନ୍ଦାକରି କିଛି ଅର୍ଥ ସହଯୋଗ କରିଥିବା ବେଳେ ସମୁଦ୍ର କୁ ସଂଖେ ପରି ସବୁ ଅର୍ଥ ନିଅଣ୍ଟ ପଡ଼ିଯାଇଛି ମାନସୀ ଙ୍କ ପାଖରେ । ପରିବାର ଲୋକଙ୍କ କହିବା ଅନୁସାରେ ଗତ ୩ ରୁ ୪ ମାସ ତଳେ ମାନସୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଲା ଫଳରେ ଗ୍ରାମବାସୀଙ୍କ ସହାୟତାରେ ୩/୪ ସ୍ଥାନରେ ଯାଇ ମାନସୀଙ୍କ  ସ୍ୱାସ୍ଥ୍ୟବସ୍ତା ଦେଖାଇବା ପରେ କିଏ କହିଲେ ମନସୀଙ୍କ ପେଟରେ ଷ୍ଟୋନହୋଇ ପାଣି ଜମିଛି ତ କିଏ କହିଲେ କ୍ୟାନସର କୁ ଗତି କରୁଛି।ଏସବୁ କଥା ଶୁଣିଲା ପରେ ଧରାଶାୟୀ ହୋଇପଡ଼ି ରହିଛନ୍ତି ମାନସୀ ଙ୍କ ପରିବାର। ସରକାରୀ ଯୋଜନା କହିଲେ ମିଳିଥିବା BSKY କାର୍ଡ ଓ ରାସନ୍ କାର୍ଡ ।କିନ୍ତୁ ମାନସିଙ୍କ କହିବା ମୁତାବକ BSKY କାର୍ଡ ଥାଇଯା ନଥାଇ ତାହା କାରଣ ମେଡିକାଲ୍ ଯେଉଁଠି ଫେରାଉଛି ସେଠୀ BSKY କାର୍ଡ ବା କଣ କରିପାରିବ । ଯେଉଁଠିକି ଗଲେ ବି ସେଇ ଚିରାଚରିତ ଉତ୍ତର ଏଠି ହେବନି ତମେ ଅନ୍ୟ ସ୍ଥାନକୁ ଯାଅ।ଆର୍ଥିକ ଦୃଷ୍ଟି କୋଣରୁ ମଧ୍ୟ ମାନସୀ ଙ୍କ ପରିବାର ସଂପୂର୍ଣ୍ଣ ଭାବରେ ଅସହାୟ ଦୁଇଦୁଇଟି କୁନିଛୁଆ ଙ୍କ ପାଇଁ ଦୁଇଓଳି ଦୁଇ ମୁଠା ଖାଦ୍ୟ ପାଇଁ ମଧ୍ୟ ପଡୋଶୀଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ତେବେ ଦେଖାଯାଉ କେବେ ମାନସୀ କଂ ପରିବାର ଉପରେ ପଡୁଛି ପ୍ରଶାସନ ର ଶୁଭଦୃଷ୍ଟି ।

Post a Comment

0 Comments