★ ଓ ଟି ପି ମାଧ୍ୟମରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା
★ ଲୁଟିନେଲେ ମୋବାଇଲ୍
ଦଶପଲ୍ଲା : - ( ହୀ : ପ୍ର ) ଦଶପଲ୍ଲା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମାତିଛନ୍ତି ସାଇବର୍ ଲୁଟେରା । ନିରିହ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ , କରୁଛନ୍ତି ଠକେଇ । ଗତ କିଛିଦିନ ତଳେ ଜନୈକ କ୍ଷୁଦ୍ର ବ୍ୟବସାୟୀ କୁଂ ପ୍ରଭାବିତ କରି ତାକଂ କ୍ରେଡିଟ୍ କାର୍ଡ଼ କ୍ଲୋଜ୍ କରିବା ବାହାନାରେ ତାକଂଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିବାବେଳେ , ଏବେ ଦଶପଲ୍ଲା ଦୁର୍ଗାବଜାରସ୍ଥିତ ଜନଗହଳିପୂର୍ଣ୍ଣ ନାରାୟଣଗଞ୍ଜ ହାଟରେ ମାତିଛନ୍ତି ମୋବାଇଲ ଲୁଟେରା । ଗତକାଲି ପୂର୍ବାହ୍ନରେ ହାଟ ମଧ୍ୟରେ ପ୍ରବଳ ଗହଳିର ସୁଯୋଗ ନେଇ ୪ ଜଣଙ୍କଠାରୁ ମୋବାଇଲ୍ ଫୋନ୍ ଲୁଟି ନେଇଛନ୍ତି ଲୁଟେରା । ପ୍ରଥମେ ହରିଡ଼ାବାଡ଼ି ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଫୋନ୍ ଚୋରି ହୋଇଥିଲା। ସେ ଆଳୁ ବାନ୍ଧୁଥିବା ବେଳେ ତାଙ୍କ ପ୍ୟାଣ୍ଟ ପକେଟ୍ରୁ ମୋବାଇଲଟି ଚୋରି ହୋଇଥିଲା। ଏହା ଜାଣିବା ପରେ ଦେଖୁଦେଖୁ ଏଭଳି ଅନ୍ୟ ୩ ଜଣଙ୍କର ମୋବାଇଲ ଚୋରି ହୋଇଥିବା ଜଣାପଡ଼ିଥିଲା। କଥା ପ୍ରଘଟ ହେବା ପରେ ହାଟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ସଙ୍ଗେସଙ୍ଗେ ଫୋନ୍ଗୁଡ଼ିକ ବନ୍ଦ ରହିଥିବା ହେତୁ କାହାରି ପତ୍ତା ମିଳି ନଥିଲା।
ବିଭିନ୍ନ ସମୟରେଏଭଳି ହାଟରୁ ଫୋନ ଚୋରି ହେଉଥିବା ବେଳେ ଆଜି କ୍ଷଣକ ମଧ୍ୟରେ ୪ ଜଣଙ୍କ ଫୋନ୍ ଚୋରି ହେବା ନେଇ ଏକ ରାକେଟ ସକ୍ରିୟ ଥିବା କୁହାଯାଉଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ଏସମ୍ପର୍କରେ ଥାନା ଅଧିକାରୀ ମୁକେଶ କୁମାର ବେହେରା କହିଛନ୍ତି ଜଣେ ବ୍ୟକ୍ତି ଆସିଥିବା ବେଳେ ସେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି । ତାଙ୍କୁ ଅଭିଯୋଗ କରିବା ପାଇଁ କୁହାଯାଇଛି। ଅଭିଯୋଗ ପରେ ବିଧିବଦ୍ଧ ତଦନ୍ତ କରାଯିବ।
0 Comments