ନୟାଗଡ଼ ,୨୩|୦୬:ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମ ପଞ୍ଚାୟତ ଦଣ୍ଡୋର ଗ୍ରାମରେ ବିରାଜିତ ମା' ପାଣିଷଣ୍ଢଙ୍କ ପୀଠରେ ୩ ଦିନ ଧରି ଚାଲିଥିବା ବିଶ୍ଵଶାନ୍ତି ବିଷ୍ଣୁଯଜ୍ଞ ଉଦଯାପିତ ହୋଇଯାଇଛି।
ବିଶ୍ଵଶାନ୍ତି ଉଦ୍ଦେଶ୍ୟରେ ବୁଧବାର ସନ୍ଧ୍ୟାରେ ଶୁଭ ଅଙ୍କୁରାରୋପଣ ସହିତ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ଗୁରୁବାର ପ୍ରାତଃରେ ଜଳଯାତ୍ରା,କଳସ ସ୍ଥାପନ,ବ୍ରାହ୍ମଣ ବରଣ,ଦେବତା ଆବାହନ, ପୂଜା ଘୃତାହୁତି ପୂର୍ବକ ଯଜ୍ଞ୍ ନାରାୟଣଙ୍କୁ ବିଶ୍ଵଶାନ୍ତି ଉଦ୍ଧେଶ୍ୟରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।ଶୁକ୍ରବାର ପ୍ରାତଃ ସୂର୍ଯ୍ୟ ପୁଜା,ଶାଲା ପ୍ରବେଶ,ଦେବତାପୂଜା ଘୃତାହୁତି ଅର୍ପଣ କରାଯାଇଥିଲା।ଶନିବାର ପ୍ରାତଃ ସୂର୍ଯ୍ୟପୁଜା,ଶାଲା ପ୍ରବେଶ,ଦେବତାପୁଜା କରାଯାଇ ବିଶ୍ୱଶାନ୍ତି ଉଦ୍ଧେଶ୍ୟରେ ଯଜ୍ଞ ନାରାୟଣଙ୍କୁ ଘୃତାହୂତି ପୂର୍ବକ ପୂର୍ଣ୍ଣାହୁତି ଓ ଆରତୀ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।ବୈଦିକ ବ୍ରାହ୍ମଣ ପଣ୍ଡିତ ସନ୍ତୋଷ କୁମାର ତ୍ରିପାଠୀ ଆଚାର୍ଯ୍ୟ ଦାଇତ୍ୱ ତୁଲାଇଥିବାବେଳେ ବରିଷ୍ଠ ପୁରୋହିତ ଲଳିତ ମୋହନ ତ୍ରିପାଠୀଙ୍କ ସମେତ ଅନ୍ୟ ପୁରୋହିତ ମାନେ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ।କାର୍ଯ୍ୟକ୍ରମରେ ଗ୍ରାମ୍ୟସଭାପତି ସନ୍ୟାସୀ ମିଶ୍ର କର୍ତ୍ତା ଦାୟୀତ୍ବ ନିର୍ବାହ କରିଥିବାବେଳେ ଦଣ୍ଡୋର ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିବା ଜଣାପଡ଼ିଛି। ଏ ନିମିତ୍ତ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନ୍ନକୁଟ ବ୍ୟବସ୍ଥା କରାଯାଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
0 Comments