ନୂଆଗାଁବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ଆନ୍ତରରାଷ୍ଟ୍ରୀୟ ଯୋଗଦିବସ ଅନୁଷ୍ଠିତ

 






ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଆନ୍ତରରାଷ୍ଟ୍ରୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି. ସୂଚନା ମୁତାବକ ସରକାରଙ୍କ ନିର୍ଦେଶ କ୍ରମରେ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟାଳୟ ପରିସରରେ ଯୋଗ ଦିବସ ଅନୁଷ୍ଠିତ ହେବା ପାଈଁ ନିର୍ଦେଶ କରାଯିଥିଲା. ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଆଦର୍ଶ ବିଦ୍ୟାଳୟ ନୂଆଗାଁ ପାଇମେରୀ ସ୍କୁଲ ପଡିଆରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଯୋଗାଦିବସ ପାଳନ କରିଥିଲେ.ନୟାଗଡ ଶିକ୍ଷା ଜିଲ୍ଲା ଅଧିକାରିଣୀ ରାଜଶ୍ରୀ ପଟନାୟକ ଆଜି ସ୍ପେସିଲ ଭ୍ରମଣରେ ନୂଆଗାଁ ବ୍ଲକ ଆସିଥିଲେ. ଆଦର୍ଶ ବିଦ୍ୟାଳୟ ପିଲାଙ୍କ ଦ୍ୱାରା ଆୟୋଜିତ ଯୋଗ ଦିବସରେ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ. ତତ ସହିତ ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ଯାଇଥିଲେ. ଶ୍ରେଣୀ ଗୃହ ପରିଦର୍ଶସନରେ ଯାଇ ଛାତ୍ରୀଙ୍କୁ ଆଜିର ଯୋଗ ଦିବସ ବିଷୟରେ ପଚାରି ବୁଝିଥିଲେ. କିନ୍ତୁ ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଯୋଗାଦିବସ ନା ଗନ୍ଧ ଦେଖିବାକୁ ମିଳିନଥିଲା. ଶିକ୍ଷା ଅଧିକାରିଣୀ ଶ୍ରେଣୀ ଗୃହ ପରିଦର୍ଶନ ନରେ ଛାତ୍ର ଚାହାତ୍ରୀଙ୍କୁ ଆଜିର ଯୋଗ ବିଷୟରେ ପଚାରିଥିଲେ କିନ୍ତୁ ପିଲା ମନେ ଯୋଗଦିବସ ପାଳନ ହୋଇନାହିଁ କହିଥିଲେ. ତତ ପରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଚାଲିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଶ୍ରେଣୀ ଗୃହ ବୁଲି ଦେଖିଥିଲେ. ଅସୁରକ୍ଷିତ ସିଡ଼ି ଏବଂ ଅପରିଷ୍କାର ବାରଣ୍ଡା ଦେଖି ତାଗିଦ କରିଥିଲେ. ବିଦ୍ୟାଳୟ ପରିସର ସଫା ସୁତାର ରଖିବା ପାଈଁ ଆଦର୍ଶ ବିଦ୍ୟାଳୟର ଅଧକ୍ଷଙ୍କୁ କହିଥିଲେ. କିଛି ସମୟ ପରେ ନୂଆଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷଙ୍କୁ ଡକାଯାଇଥିଲା କଣ ପାଈଁ ବିଦ୍ୟାଳୟ ମଧ୍ୟରେ ଯୋଗ ଦିବସ କରାଯାଇନାହିଁ ପଚାରିଥିଲେ. ସେ ଉତ୍ତର ଦେଇଥିଲେ ବିଳମ୍ବରେ କରାଯିବ. ସରକାରଙ୍କ ନିୟମ ଅନୁସାରେ ସକାଳ ବିଦ୍ୟାଳୟ ପରିସରେ ଯୋଗଦିବସ ଅନୁଷ୍ଠିତ ହେବା କଥା କଣ ପାଈଁ ହୋଇନି. ସରକାରୀ ନିୟମକୁ କଣ ପାଈଁ ଅଣଦେଖା କରାଯାଇଛି. 


  ନୂଆଗାଁ ବ୍ଲକ ପ୍ରଶାସନ ତରଫରୁ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କୁ ନେଇ ଆନ୍ତରରାଷ୍ଟ୍ରୀୟ ଜିଗଦିବସ ପାଳନ ହୋଇଯାଇଛି. ଯୋଗାଶିକ୍ଷକ ପରମାନଦ ପରିଡା ଆଜିର ଏହି ଦିବସରେ ଉପସ୍ଥିତ ରହି ପିଲାଙ୍କୁ ଯୋଗ ସହିତ ଯୋଗର ଆବଶ୍ୟକତା କଣ ବୁଝାହିଥିଲେ. ମାନ୍ୟବର ପ୍ରଧାନମନ୍ତ୍ରୀ ବାର୍ତା ଭିଡିଓ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଦେଖାଯାଇଥିଲା. ତତ ପରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ ଛାତ୍ର ଛଟାଟିଙ୍କୁ ମାନପତ୍ର ବଣ୍ଟନ କରାଯାଇଥିଲା. ଉକ୍ତ କରାଯ୍ୟକ୍ରମରେ ନୂଆଗାଁ ବିଡ଼ିଓ ବାସୁଦେବ ନାୟକ, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷା ମାଧୁଲିତା ପଟନାୟକ , ଓଡ଼ିଆ ଅଧ୍ୟାପକ ବିଜୟ କୁମାର ସାହୁ , ରାଜନୀତିବିଜ୍ଞାନ ଅଧ୍ୟାପକ ସତ୍ୟସ୍ବାଗତ ସାହୁ , ସଂକୃତଅଧ୍ୟାପକ ଦିଲୀପ କୁମାର ସାହୁ ସମେତକିଛି ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ.


Post a Comment

0 Comments