ଆଜିଠାରୁ ଖୋଲିଲା ସ୍କୁଲ

 


ନୂଆଗାଁ ବ୍ଲକ ମଧ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଆଜି ସକାଳୁଆ ବିଦ୍ୟାଳୟ ଆରମ୍ଭ ହୋଇଯାଇଛି. ଛାତ୍ର ଛାତ୍ରୀ ଅତି ଖୁସି ମନରେ ବିଦ୍ୟାଳୟକୁ ମାଡି ଆସିଥିଲେ ପାଠ ପଢିବା ପାଈଁ.ଆଜି ଅଧିକାଂଶ ବିଦ୍ୟାଳୟ ରେ ପୁରଙ୍ଗ ଛାତ୍ର ଛାତ୍ରୀ ଉପସ୍ଥିତ ଥିବାର ସୂଚନା ମିଳିଛି.ସୂଚନା ମୁତାବକ ଆଜି ସମୁଦାୟ ୭୨୪୬ ପିଲା ବିଦ୍ୟାଳୟକୁ ଆସିଥିବା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି.ନୂଆଗାଁ ଆଦର୍ଶ ବିଦ୍ୟାଳୟ ମଧ୍ୟରେ ନୂତନ କରି ନାମ ଲେଖାଇ ଥିବା ଷଷ୍ଠ ଶ୍ରେଣୀ ଛାତ୍ର ଛାତ୍ରୀପ୍ରବେଶ କରିଥିଲେ. ତାଙ୍କୁ ବିଦ୍ୟାଳୟ ତରଫରୁ ଫୁଲ ଚନ୍ଦନ ଦେଇ ସ୍ବାଗତଂ କରାଯାଇଥିଲା.


ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲେ ମଧ୍ୟ ଆଜି ଆଗ୍ରହର ସହିତ ବିଦ୍ୟାଳୟ ଆରମ୍ଭ ହୋଇଥିଲା. ସକାଳୁ ପିଲା ଖୁସି ମନରେ ଆସିଥିଲେ ମଧ୍ୟ ଫେରିବା ବେଳେ ପ୍ରବଳ ଗୁଳୁଗୁଳି ପିଲାଙ୍କୁ କଷ୍ଟ ଦେଇଥିବାର ସୂଚନା ମିଳି ଅଛି.

Post a Comment

0 Comments