ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ଗ୍ରାମରେ ଥିବା ପ୍ରଖ୍ୟାତ ସଂଗ୍ରାହକ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାଶରଥି ପଟନାୟକ (ଦାସିଆ ଅଜା )ଙ୍କ ଦ୍ୱାରା ପେତିଷ୍ଠିତ ସୁପ୍ରସିଦ୍ଧ ପାଠାଗାର, ସଂଗ୍ରାଳୟ,ଅଭିଲେଖଗାର ଓ ଗବେଷଣା କେନ୍ଦ୍ରକୁ ଓଡିଶା ରାଜ୍ୟ ସମାଜସେବୀ ଓ ସ୍ବେଛାସେବୀ ସଂଘର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଦିଲୀପ କୁମାର ପଟନାୟକଙ୍କ ତତ୍ୱାବଧାନରେ ୟୁରୋପ ମହାଦେଶର ଜର୍ମାନୀ, ଇଟାଲୀଓ ପରଂତୁଗାଲ ୪ଜଣ ଖ୍ୟାତି ସମ୍ପର୍ଣ୍ଣ ସ୍ବେଛାସେବୀ ଯୁନେସ ଆବୁ ଏଲ ୱାଫା, ମାରିଆ ସୋଫିଆ,ଟରୋଲୋଡ଼, ଫିଲିପୋ ଏରିଆନ୍ତା.ଏଡ଼ୁ ଆଡୋ କାର୍ଡସା ଗତକାଲି ସ୍ୱତନ୍ତ୍ର ଭାବରେ ପରିଦର୍ଶନରେ ଆସିଥିଲେ. ବଣ ପାହାଡ଼ ଘେରା ଗ୍ରାମୀଣ ପରିବେଶରେ ଦାସିଆ ଅଜା ନିଜର ଅସାଧାରଣ ସାଧନା ଓ ପରିକଳ୍ପନା ଦ୍ୱାରା ଓଡ଼ିଆ ଜାତି ଓ ବିଶ୍ୱବାସୀଙ୍କ ପାଈଁ ସାଇତି ରଖାଯାଇଥିବା ସଂକୃତି ଓ ଜ୍ଞାନର ସମ୍ଭାରକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ. ପାଠାଗାର ମଧ୍ୟରେ ଥିବା ପୁରାତନ ପୁସ୍ତକ, ତଳପତ୍ର ପୋଥି, ଚିତ୍ର ପୋଥି ସମେତ ପୃଥିବୀର ବିଭିନ୍ନ ଦେଶର ଶତାଧିକ ବିରଳ ସାମଗ୍ରୀ ଦେଖି ବିମୋହିତ ହୋଇଯାଇଥିଲେ. ଜର୍ମାନୀ, ଇଟାଲୀ ଓ ପରଂତୁଗାଲର ବିଭିନ୍ନ ସାମଗ୍ରୀମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ. ଦାଶରଥି ଅଜାଙ୍କ ବିସ୍ମୟ ସାଧନା କୁ ବାରମ୍ବାର ପ୍ରଣିପାତ କରିଥିଲେ. ଦାସିଆ ଅଜାଙ୍କ ଦ୍ୱାରା ସଂଗୃହିତ ସମସ୍ତ ପୁରାତନ ସଂରୀକୁ ଦେଖି ବିଦେଶୀ ମନେ ସମାଧି ପୀଠରେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ଅନୁଷ୍ଠାନର ସମ୍ପାଦକ ଦାଶରଥି ପଟନାୟକଙ୍କ ନାତି ଦିଲୀପ ପଟ୍ଟନାୟକ ସହିତ ସହିତ ଦାସିଆ ଅଜାଙ୍କ ଅସାଧାରଣ ସାଧନା ଓ ସଂଘର୍ଷମୟ ଜୀବନ କାହାଣୀ ସମ୍ପର୍କରେ ଆଲୋଚନା କରିଥିଲେ.
0 Comments