ନୂଆଗାଁ ବ୍ଲକ ୯୩ରେ ବୁଥ ଆଜି ମତଦାନ ହୋଇଯାଇଛି.ସୂଚନା ମୁତାବକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ, ଦଶପଲ୍ଲା, ଗଣିଆ ବ୍ଲକ ଆଜି ମତଦାନ ହୋଇଯାଇଛି. ସୂଚନା ମୁତାବକ ନୂଆଗାଁ ବ୍ଲକ ୨୨ ଗୋଟି ପଞ୍ଚାୟତ ମଧ୍ୟରେ ୯୩ ଟି ମତଦାନ କେନ୍ଦ୍ର କରାଯାଇଥିଲା।ସଠିକ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଜନ ଅସନ୍ତୋଷ ଦେଖାଦେଇଥିଲା. ନୂଆଗାଁ ସଦର ମହକୁମାରେ ଥିବା ଆଦର୍ଶ ମତଦାନ କେନ୍ଦ୍ର ବୁଥ ନମ୍ବର ୧୫୬ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଆଦର୍ଶ ମତଦାନ କେନ୍ଦ୍ର ବୁଥ ନଂବର ୧୫୭ ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆରମ୍ଭ ହୋଇଥିଲା. କିନ୍ତୁ ବୁଥ ନମ୍ବର ୧୫୬ମଧ୍ୟରେ ମତଦାନ ସକାଳ ୭ଘଟିକାରେ ଆରମ୍ଭ ହେବା ସୂଚନା ଦିଆଯାଇଥିଲା କିନ୍ତୁ ୭ଘଟିକା ୨୧ମିନିଟ ଆରମ୍ଭ ହୋଇଥିଲା.
ସକାଳୁ ଉପସ୍ଥିତ ଥିବା ହାଣ୍ଡିକାପ୍ତ ଏବଂ ସିନିଅର ସିଟିଜେନ ମାନଙ୍କୁ ବହୁତ ଅସୁବିଧା ହୋଇଥିଲା ଯାହାକି କିଛି ସମୟ ଧରି ଜନଅସନ୍ତୋଷ ଦେଖା ଦେଇଥିଲା. କିନ୍ତୁ କିଛିସମୟ ପରେ ମତଦାନ ସ୍ୱାଭାବିକ ହୋଇଥିଲା.ଆଜି ଗ୍ରୀଷ୍ମ ପ୍ରବାହ ପରିମାଣ ଅତ୍ୟଧିକ ହୋଇଥିଲେ ମଧ୍ୟ ମତଦାନରେ କୌଣସି ବାଧା ପ୍ରାପ୍ତ ହୋଇନଥିଲା. ଭୋଟର ନିଜସ୍ୱ ଇଚ୍ଛାରେ ଭୋଟଦାନ କେନ୍ଦ୍ରକୁ ଆସିଥିଲେ. ମତଦାନ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ସଂନ୍ଧ୍ୟା ୫ପାଞ୍ଚଟା ସୁଦ୍ଧା ବିଭିନ୍ନ ବୁଥ ରେ ମତଦାନ ସରିନଥିଲା। କିଛି ବୁଥ ମଧ୍ୟରେ ମତଦାନ ସରିନଥିଲା. ବିଭିନ୍ନ ଦଳର ପାର୍ଥି ମନେ ମତଦାନ କେନ୍ଦ୍ର ବୁଲୁଥୁବାର ଦେଖିବାକୁ ମିଳିଥିଲା. ସୂଚନା ମୁତାବକ ଆଜି ନୂଆଗାଁ ବ୍ଲକ ର ୯୩ ଟି ବୁଥ ମଧ୍ୟରେ ୭୬୧୪୩ ଭୋଟର ଭୋଟ ସଂଗ୍ରହ ପାଈଁ ସୂଚନା ମିଳିଥିଲା. କିନ୍ତୁ ଆଜି ଭୋଟ ଶେଷରେ ସମୁଦାୟ ୫୫୧୪୫ ଜଣ ଭୋଟର ନିଜର ଭୋଟ ଦେଇଥିଲେ. ଶାନ୍ତି ଶୃଙ୍ଖଳାର ସହିତ ଭୋଟ କେନ୍ଦ୍ରରେ ଭୋଟ ସଂଗ୍ରହ ହୋଇଥିଲା.
0 Comments