ନୟାଗଡ଼ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ମହେଶ୍ୱର ପ୍ରଧାନ ଆଜି ଅନୁଷ୍ଠାନିକ ଭାବରେ ଅବସର ନେଇଛନ୍ତି. ଚାକିରୀର ୩୫ଵର୍ଷ ଧରି ନିରବଛୀର୍ଣ୍ଣ ଭାବରେ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀଙ୍କ ପାଈଁ ଅକ୍ଲାନ୍ତ ପରିଶ୍ରମ କରି ଏହି ବିଦ୍ୟାଳୟ କୁ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରରେ ପରିଚୟ କରାଇଛନ୍ତି ସଭିଙ୍କର ପ୍ରିୟା ମହେଶ୍ୱର ସାର. ନିଜ କର୍ମମୟ ଜୀବନରେ ନିଜ ପାଈଁ ଚିନ୍ତା ନ କରି ସବୁ ସମୟରେ ବିଦ୍ୟାଳୟର ମେରୁଦଣ୍ଡ ସଦୃଶ ଦଣ୍ଡାୟମାନ ମାନ ହୋଇ ଶିକ୍ଷା ଦେବାଠାରୁ ଆଡ଼ମିସନ ଓ ବିଦ୍ୟାଳୟର ପ୍ରତେକ କାର୍ଯ୍ୟକ୍ରମରେ ମହେଶ୍ୱର ସାର ଅବଦାନ ବହୁତ କିଛି. ସମୟର କରାଳ କାଳିମାରେ ଆମେ ସମସ୍ତେ ନିଜ କର୍ମ କ୍ଷେତ୍ରରୁ ବିଦାୟ ନେବା ଆଜି ସେହି ଦୁଃଖ ମୁହୂର୍ତ୍ତ ଉପସ୍ଥିତ ହୋଇଛି ଆଜି ଆମ ସଭିଙ୍କର ପ୍ରିୟ, କର୍ମନିଷ୍ଠ ଓ ଛାତ୍ର ବତ୍ସଳ ସହିତ ଅଭିଭାବକ ମହଲରେ ସୁ ପରିଚିତ ଅଧ୍ୟାପକ ମହେଶ୍ୱର ପ୍ରଧାନ ସାର ଆଜି ଅବସର ନେଇ ଛନ୍ତି. ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟ ରେ ଉପସ୍ଥିତ ନାହାନ୍ତି ଛାତ୍ର ଛାତ୍ରୀ କେବଳ ବିଦ୍ୟାଳୟ କର୍ମଚାରୀ ଓ ଅଧ୍ୟାପିକାଙ୍କ ଉପସ୍ଥିତ୍ତିରେ ଆଜି ଅବସର ନେଲେ ଆମ ସଭିଙ୍କ ଅତି ଆପଣାର, ଅନ୍ତରର ଆମ ସାର ମହେଶ୍ୱର ସାର.ସାରଙ୍କ ଠାରୁ ଛାତ୍ର ଛାତ୍ରୀ ବହୁତ ଭଲ କଥା ଉପଦେଶ ଆଜି ଠାରୁ ଶୁଣିବାକୁ ମିଳିବନି. ସାରଙ୍କ ଅବସାରେ ସମସ୍ତ ବିଦ୍ୟାଳୟ କର୍ମଚାରୀ ଛାତ୍ର, ଛାତ୍ରୀ ଅଭିଭାବକ ମହଲରେ ଶୋକର ସାୟା ଖେଳି ଯାଇଛି. ଅନୁଷ୍ଠାନିକ ଭାବରେ ଆଜି ବିଦ୍ୟାଳୟ ମଧ୍ୟରୁ ଅବସର ନେଇଛନ୍ତି ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ.ତତ ସହିତ ଆଜି ଏହି ଅବସରରେ ନୟାଗଡ଼ ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ସାର ସମସ୍ତ ଅନ୍ତେବାସୀଙ୍କୁ ଖାଦ୍ୟ ଭୋଜନ ଦେଇ ଆଶ୍ରିବାଦ ନେଇ ଅଛନ୍ତି. ଜଗତରନାଥ ଜଗନ୍ନାଥ ସାରଙ୍କୁ ଦବୁବେଳେ ଖୁସିରେ ରଖିଥାନ୍ତୁ ଏହା ଆମ ଚାନେଲତରଫସରୁ ବିନତି.
0 Comments