ସନ୍ତୋଷୀ ନାୟକ(୫୧୯)
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ଗ୍ରାମପଞ୍ଚାୟତମଧ୍ୟରେ ଥିବା ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ
ବର୍ଷର ଉପଶାସ୍ତ୍ରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି. ସୂଚନା ମୁତାବକ ସମୁଦାୟ ୩୯ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିବା ବେଳେ ୩୫ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ. ପ୍ରଥମ ସ୍ଥାନରେ ୨୧, ଦ୍ୱିତୀୟ ସ୍ଥାନରେ ୧୦, ଫେଲ ୪ଜଣ ହୋଇ ଅଛନ୍ତି. ବହୁ ଦୂର ଦୁରାନ୍ତରରୁ ଛାତ୍ର ଛାତ୍ରୀ ଏଠି ନାମ ଲେଖାଇ ଥାନ୍ତି ଯଥା ଚାରିଛକ, ଫୁଲବାଣୀ, ବ୍ରହ୍ମଣୀପଦ, ଵାଣିଗୋଚ୍ଛା, ଦାରିଙ୍ଗବାଡି, ଭଞ୍ଜନଗର, ତଳଗାଁ, ଚକାପାଦ, ଗଣିଆ ଅଂଚଳରୁ ଛାତ୍ର ଛାତ୍ରୀ ନାମ ଲେଖାଇ ଥାନ୍ତି. ବିଦ୍ୟାଳୟ ପରିସରରେ ଥିବା ବାଳକ ଓ ବାଳିକା ହଷ୍ଟେଲ ରେ ରହି ପାଠ ପଢ଼ନ୍ତି. ଅଧ୍ୟାପକ ଅଧ୍ୟାପିକା ଓ କଲେଜ କତୃପକ୍ଷଙ୍କ ପ୍ରଚେଷ୍ଟାରେ ବହୁଛତ୍ର ଛାତ୍ରୀ ଉତୀର୍ଣ୍ଣ ହେଉଅଛନ୍ତି. ଚଳିତ ବର୍ଷ ପରୀକ୍ଷାରେ ସନ୍ତୋଷୀ ନାୟକ ୫୧୯ ବିଦ୍ୟାଳୟ ଟପର ହୋଇ ଅଛନ୍ତି
0 Comments