ନୂଆଗାଁ ବ୍ଲକ ୩ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ଓ ବିଜ୍ଞାନ ପରୀକ୍ଷା ଫଳପ୍ରକାଶିତ ପାସ ହାର ୮୦.୩୫%

ପୁଷ୍ପଲତା ସାହୁ ୫୧୨, ବ୍ଲକ ଟପର(କଳା )

 ନୟାଗଡ ନୂଆଗାଁ ବ୍ଲକ ମଧ୍ୟରେ ଥିବା +୨ କଳା ଓ ବିଜ୍ଞାନ ଚଳିତ ବର୍ଷ ପ୍ରରୀକ୍ଷା ଫଳ ପ୍ରକାଶ ପାଇଛି. ସୂଚନା ମୁତାବକ ନୂଆଗାଁ ବ୍ଲକ ମଧ୍ୟରେ ୩ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହି ଅଛି.ଗତିଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଳିସାହି ୨ଟି ବିଭାଗର ପରୀକ୍ଷା କଳା ଓ ବିଜ୍ଞାନ. ବିଜ୍ଞାନ ରେ ସମୁଦାୟ ୧୧୧ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ସ୍ଥାନରେ ୫୯, ଦ୍ୱିତୀୟ ସ୍ଥାନରେ ୪୩, ତୃତୀୟ ସ୍ଥାନରେ ୯ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇ ଅଛନ୍ତି. ଏକ୍ସ ରେଗୁଲାର ୭ଟି ପରୀକ୍ଷାର୍ଥୀ ମଧ୍ୟରୁ ୩ଜଣ ପରୀକ୍ଷାତ୍ରୀ ଉତୀର୍ଣ୍ଣ ହୋଇ ଅଛନ୍ତି. ସେହିପରି କଳା ବିଭାଗରେ ୨୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୮୧ ପାସ କରିଥିବା ବେଳେ ୪୪ଜଣ ଫେଲ ହୋଇଛନ୍ତି.ପ୍ରଥମ ସ୍ଥାନରେ ୩୪, ଦ୍ୱିତୀୟ ରେ ୩୯ଓ ତୃତୀୟ ସ୍ଥାନରେ ୧୦୮ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇ ଅଛନ୍ତି. ସେହିପରି ଏକ୍ସ ରେଗୁଲାର ୧୯ପରୀକ୍ଷାର୍ଥୀ ଦେଇଥିବା ବେଳେ ୧୦ଜଣ ଉତୀର୍ଣ୍ଣ ୮ ଫେଲ ହୋଇଅଛନ୍ତି. ବିଜ୍ଞାନରେ ଭାଗିରଥି ସାହୁ ୪୯୨ରଖି କଲେଜ ଟପର ହୋଇଥିବା ବେଳେ କଳା ରେ

                                                  ୪୭୫ମାର୍କ ରଖି ସ୍ବପନାରାଣୀ ସାହୁ ଟପର ହୋଇ ଅଛନ୍ତି.
ଭାଗିରଥି ସାହୁ ୪୯୨(ବିଜ୍ଞାନରେ ବ୍ଲକ ଟପର )

ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାହାଡଝୋଲା କଳା ରେ ୧୬୨ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୧୨ପାସ କରିଥିବା ବେଳେ ୫୦ପରୀକ୍ଷାର୍ଥୀ ଫେଲ ହିଛନ୍ତି. ପ୍ରଥମ ସ୍ଥାନରେ ୨୮, ଦ୍ୱିତୀୟ ସ୍ଥାନରେ ୨୦, ତୃତୀୟ ସ୍ଥାନରେ ୬୨ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇ ଅଛନ୍ତି.ଏକ୍ସ ରେଗୁଲାର ରେ ୧୪ଜଣରୁ ୯ପାସ ୫ଫେଲ ହୋଇ ଅଛନ୍ତି. ପୁଷ୍ପଲତା ସାହୁ ୫୧୨ରଖି ବିଦ୍ୟାଳୟ ଟପର ହୋଇ ଅଛନ୍ତି.ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂଆଗାଁ କାଳରେ ୨୨୫ପରୀକ୍ଷା ଦେଇଥିବା ବେଳେ ୧୭୭ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୪୮ଅକ୍ରୁତାକାର୍ଯ୍ୟ ହୋଇ ଅଛନ୍ତି. ପ୍ରଥମ ସ୍ଥାନରେ ୪୪, ଦ୍ୱିତୀୟ ସ୍ଥାନରେ ୨୬, ତୃତୀୟ ସ୍ଥାନରେ ୧୦୭ କୃତକାର୍ଯ୍ୟ ହୋଇ ଅଛନ୍ତି.


                                                ସୁଜିତ ସାହୁ ୫୦୭ନମ୍ବର ରଖି ବିଦ୍ୟାଳୟ ଟପର ହୋଇ ଅଛନ୍ତି.
ମମତା ବେହେରା ୫୦୪

ମମତା ବେହେରା ୫୦୪ରଖି ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛନ୍ତି.ଏକ୍ସରେଗୁଲା ରେ ୧୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୨ଜଣ ପାସ ଓ ୫ଜଣ ଫେଲ ହୋଇଛନ୍ତି.ନୂଆଗାଁ ବ୍ଲକ ୨କଳା ଓ ବିଜ୍ଞାନରେ ୭୨୩ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ରେଗୁଲାର ୫୮୧କୃତକାର୍ଯ୍ୟ ହୋଇଥିବା ବେଳେ ୧୪୨ଜଣ ଅକୃତକାର୍ଯ୍ୟ ହୋଇଛନ୍ତି. ସେହିପରି ଏକ୍ସ ରେଗୁଲାର ରେ ୫୯ଜଣ ପରୀକ୍ଷା ଦେଇଥିବା ବେଳେ ୩୪ଜଣ ପାସ ଓ ୨୫ଜଣ ଫେଲ ହୋଇଛନ୍ତି. ରେଗୁଲାର ରେ ନୂଆଗାଁ ବ୍ଲକ ପାସ ହାର ୮୦.୩୫% ହୋଇଅଛି.

Post a Comment

0 Comments