ନୂଆଗାଁ ବ୍ଲକ ୨୦୨୩-୨୪ ମାଟ୍ରିକ ପରୀକ୍ଷା ଫଳାଫଳପାସ ହାର ୯୭.୪୩‰

 

ନିତ୍ୟାନନ୍ଦ ସାହୁ ବ୍ଲକ ପ୍ରଥମ (୫୫୨)
ଆଶୁତୋଷ ତ୍ରିପାଠୀ ବ୍ଲକ ଦ୍ୱିତୀୟ (୫୪୦)



ନୟାଗଡ଼ (ନୂଆଗାଁ ବ୍ଲକ )ଆଜି ପ୍ରକାଶ ପାଇଛି ଚଳିତ ବର୍ଷ ୨0୨୩-୨୪ ମାଟ୍ରିକ ପରୀକ୍ଷା ଫଳାଫଳ. ନୂଆଗାଁ ବ୍ଲକର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି.ଚଳିତ ବର୍ଷ ଦୁଇଜଣ ବାଳକ ଏ ୧ ରଖି ଅଛନ୍ତି. ସେମାନେ ହେଲେ ନିତ୍ୟାନନ୍ଦ ସାହୁ ୫୫୨, ପିତା ସନ୍ତୋଷ କୁମାର ସାହୁ, ବିଦ୍ୟାଳୟ ସରକାରୀ ହଜାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗାତେରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି. ସେହିପରି ଆଶୁତୋଷ ତ୍ରିପାଠୀ , ପିତା ରମାକାନ୍ତ ତ୍ରିପାଠୀ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହୀପୁର ୫୪୦ନଂବର ରଖି ନୂଆଗାଁ ବ୍ଲକ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି. ସେହିପରି ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ୯୨ପିଲା ପାସ କରିଥିବା ବେଳେ ପ୍ରତ୍ୟାଶା ପ୍ରିୟଦର୍ଶିନୀ ସାହୁ ୫୨5, ବର୍ଷା ଜେନା ୪୯8, ବିଦୁସ୍ମିତା ପରିଡା ୪୮0 ନଂବର ରଖି ଅଛନ୍ତି,ବାହାଦଝୋଲ ହାଇସ୍କୁଲ ୨4 ଜଣ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି.ନିତେଶ ପ୍ରଧାନ ୪୩୪ ରାଖୀ ସ୍କୁଲ ଟପର ହୋଇଅଛନ୍ତି ।ହରିପୂର ହାଇସ୍କୁଲ ୭୩ ପାସକରିଛନ୍ତି । ସରକାରୀ ଉଚ୍ଚ ହାଇସ୍କୁଲ ଗତେରୀ ୫୦ ଜଣ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି ଥିବା ବେଳେ । A1 ନିତ୍ୟ ନନ୍ଦ ସାହୁ ୫୫୨ ନମ୍ବର ରଖି ବିଦ୍ୟାଳୟ ଟପର ହେବ ସହିତ ବ୍ଲକ ଟପର ହୋଇଅଛନ୍ତି । ବାହାଡ ଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ ୬୮ ଛାତ୍ରୀ ପାସ କରିଥିବା ବେଳେ ଏ୨ ଗ୍ରେଡ ରେ ୬ ଜଣ ଛାତ୍ରୀ ନମ୍ବର ରାଖୀ ଉତିର୍ଣ୍ଣ ହୋଇଅଛନ୍ତି । ଦୀପା ସାହୁ ୫୨୭ ,ନନ୍ଦିତା ସାହୁ ୫୨୫ ,ଶୁଭସ୍ମିତ ଅତିବଡୀ ୫୨୦,ଶୁଭସ୍ମିତ ମହାପାତ୍ର ୪୯୧,ସୁପ୍ରିୟା ଡୋରା ୫୦୫। ଜନଶକ୍ତି ହାଇସ୍କୁଲ ଚାହାଳି ୩୬ ପାସ କରିଥିବା ବେଳେ ବର୍ଷ ପ୍ରିୟଦର୍ଶିନୀ ନାୟକ ୪୨୬ ରାଖୀ ବିଦ୍ୟାଳୟ ଟପର ,ଜଗନ୍ନାଥପ୍ରସାଦ ଉଚ୍ଚ ବିଦ୍ୟାଳୟ ପାସ ୭୩ପାସ କରିଥିବା ବେଳେ । ସୁଚିସ୍ମିତ ବେହେରା ୫୧୧ ରାଖୀ ବିଦ୍ୟାଳୟ ଟପର । ସରକାରୀ ହାଇସ୍କୁଲ ମହିପୁର ୯୬ପାସ ହୋଇଥିବା ବେଳେ ଏ୧ରେ ୫୪୦ ରଖୀ ଆଶୁତୋଷ ତ୍ରିପାଠୀ ବିଦ୍ୟାଳୟ ଟପର ହୋଇଅଛନ୍ତି । ଚିନ୍ତାମଣି ବିଦ୍ୟାପୀଠ ସଂପଡା ୭୬ପାସ କରିଥିବା ବେଳେ । ଏ୨ ପ୍ରିୟଙ୍କା ପ୍ରଧାନ ୫୦୬ ରଖିବିଦ୍ୟାଳୟ ଟପର ।ସେହିପରି ପଞ୍ଚାୟତ ହାଇସ୍କୁଲ କୋରଡ଼ା ୫୮ପାସ କରିଛନ୍ତି.ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ସୂଚନା ମୁତାବକ ଚଳିତ ବର୍ଷ ନୂଆଗାଁ ବ୍ଲକ ଦଶମ ଶ୍ରେଣୀ ଉତୀର୍ଣ୍ଣ ପାସ ହାର ୯୭.୪୫%।ସୂଚନା ମୁତାବକ ନୂଆଗାଁ ବ୍ଲକ ରେ ୧୨୦6 ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୧୧୭୫ଜଣ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଅଛନ୍ତି. A2-୨୪, B1-୬୩, B2-୧୪୨, C-୨୫୦, D-୩୫୫, E-୩୩୯, F-୩୧.


Post a Comment

0 Comments