ନୂଆଗାଁ// ନୂଆଗାଁ ବ୍ଳକ ମହିପୁର ଛକ ଠାରେ ଦୁଇଟି ଦୋକାନ ନିଆଁ ଲାଗି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ଇଲେକ୍ଟ୍ରି ସଟ ସର୍କିଟ ହୋଇ ନିଆଁ ଲାଗିଥିବା ର ଅନୁମାନ କରାଯାଉଛି।ସବିତା ସାହୁ ପିତା - ବୈକୁଣ୍ଠ ନାଥ ସାହୁ ,ଗ୍ରାମ - ନିଲାଦ୍ରିପୁର ଙ୍କ ସବିତା ଭରାଇଟୀ ଷ୍ଟୋର ଏବଂ ପ୍ରକାଶ କୁମାର ଶତପଥୀ ପିତା - କୃପାସିନ୍ଧୁ ଶତପଥୀ ଙ୍କ ଓମ୍ ଇଲେକ୍ଟ୍ରିକାଲ ଦୁଇଟି ଦୋକାନ ରେ ନିଆଁ ଲାଗିଯାଇଥିଲା । ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ମହିପୂର ରାଜସ୍ବ ନିରୀକ୍ଷକ ଅଶୋକ କୁମାର ପଢ଼ିଆରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷେୟ କ୍ଷତି ର ଆକଳନ କରିଥିଲେ ।ପ୍ରାୟ ୨ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି । ଉଭୟ ଏହି ଦୋକାନ ରୁ ନିଜର ପରିବାର ପ୍ରତି ପୋଷଣ କରୁଥିଲେ ଏତେ ବଡ଼ କ୍ଷତି କୁ ସହ୍ୟ ନକରି ଭାଙ୍ଗିପଡିଛନ୍ତି ।ଉଭୟଙ୍କୁ କିଛି ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହୋଇଛି।
0 Comments