ଆଜି ବିଶ୍ବ ଛେନାପୋଡ଼ ଦିବସ , ଦଶପଲ୍ଲା ଓ ନୟାଗଡ ରେ ବ୍ୟାପକ ପ୍ରସ୍ତୁତି ।

 


ଦଶପଲ୍ଲା : - (ରତ୍ନାକର ହୋତା ) ସୁସ୍ବାଦୁ ଛେନାପୋଡ଼ ପ୍ରତିଟି ଓଡ଼ିଆଙ୍କର ପ୍ରିୟ । ଦେଖିବାକୁ ଯେଭଳି ସୁନ୍ଦର, ସେଭଳି ସୁସ୍ୱାଦୁ ମଧ୍ୟ । ହେଲେ ଏବେ ଯେଉଁ ଛେନାପୋଡ଼କୁ ନେଇ ‘ବିଶ୍ବ ଛେନାପୋଡ଼ ଦିବସ' ଭାବେ ପାଳନ କରାଯାଉଛି ତାହାର ଉଦ୍‌ଭାବକ କିଏ ତାହା ଆଜି ସମସ୍ତଙ୍କ ମନରେ ନାନା ପ୍ରଶ୍ନ ଆନ୍ଦୋଳିତ କରୁଛି।

ଛେନାପୋଡ଼ର ଜନକ ବା ସ୍ରଷ୍ଟା କାହାକୁ କୁହାଯିବ ? କିଏ ଏହାର

ପ୍ରକୃତ ହକଦାର୍ ? ନୟାଗଡ଼ ନା ଦଶପଲ୍ଲା ? ନୟାଗଡ଼ର ସୁଦର୍ଶନ ସାହୁଙ୍କୁ ଏହାର ସ୍ରଷ୍ଟା ଭାବେ ଗ୍ରହଣ କରାଯାଇ ଜିଲ୍ଲାବ୍ୟାପୀ ଏପ୍ରିଲ୍ ୧୧ ତାରିଖକୁ ବିଶ୍ଵ ଛେନାପୋଡ଼ ଦିବସ

ଭାବେ ପାଳନ କରାଯାଉଛି । ଆଜି ଛେନାପୋଡ଼ ଦିବସ ଉପଲକ୍ଷେ ଦଶପଲ୍ଲା ଓ ନୟାଗଡ଼ ର ବିଭିନ୍ନ ସ୍ଥାନରେ ଛେନାପୋଡ଼ ଦିବସ କୁ ସରକାରୀ ଓ ବେସରକାରୀ ସ୍ତରରେ ମହା ସମାରୋହରେ ପାଳନ କରିବାକୁ ଯୋଜନା ରହିଛି । ନୟାଗଡ଼ ସହର ଛେନାପୋଡ଼ ପାଇଁ ପ୍ରଶିଦ୍ଧି ଲାଭ କରିଥିଲେ ମଧ୍ୟ , ବାସ୍ତବରେ ଏହାର ପ୍ରକୃତ ସ୍ରଷ୍ଟା ଦଶପଲ୍ଲା ସାତପାଟଣା ଅନ୍ତର୍ଗତ ଜରିପାଟଣାର ସୁଦର୍ଶନଙ୍କ ପିତା , ବିଦ୍ୟାଧର ସାହୁ ବୋଲି ପରିବାର ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Post a Comment

0 Comments