୬ଷ୍ଠ ତମ ମା ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

 


ନୂଆଗାଁ୮/୪ ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ଶିମିଳିସାହି ଠାରେ ୬ଷ୍ଠ ତମ ମା ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚରେ ପଙ୍କୁଆ ଓ କରଡ଼ାବଣି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପଙ୍କୁଆ ଦଳ ଟଚ୍ ୱିନ୍ କରି ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ। ନିର୍ଦ୍ଧାରିତ ୧୫ ଓଭରରେ ୧୦ ୱିକେଟ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ କରଡ଼ାବଣି ଦଳ ୧୫ ଓଭରରେ ୯ ୱିକେଟ ହରାଇ ୭୯ ରନ୍ ସଂଗ୍ରହ କରି ମ୍ୟାଚ ହାରି ଯାଇଥିଲେ। ଫଳରେ ପଙ୍କୁଆ ଦଳ ୬୫ ରନରେ ବିଜୟୀ ହୋଇ ଚମ୍ପିଆନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବୁଲୁ ମଳିକ, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ଵେରୁଆଁବାରି ସରପଞ୍ଚ କେଦାର ସେଠି, ପ୍ରମେୟର ସାମ୍ୱାଦିକ ହୃଦୟାନନ୍ଦ ଶାସମଲ, ଜାକେଡା ପଞ୍ଚାୟତର ବିଜେଡି ଛାତ୍ର ସଭାପତି ଦିଲ୍ଲୀପ କୁମାର ଜାନୀ ପ୍ରମୁଖ ଉପସ୍ଥିତ ରହି ଚମ୍ପିଆନ ଦଳକୁ ୫ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଅଫ ଦଳକୁ ୩ହଜାର ଟଙ୍କା ସହ କପ୍ ପ୍ରଦାନ କରିଥିଲେ।

Post a Comment

0 Comments