ଆରମ୍ଭ ହେଲା ନୂଆଗାଁ ପ୍ରିମିୟର ଲିଗ

  ପ୍ରତିଷ୍ଠା   ୱାରିର ହରାଇ ପ୍ରଧାନ ସାନିଟାରୀ  ବିଜୟୀ



ନୂଆଗାଁ ଏଫସିସି କ୍ଲବ ଆନୁକୁଲ୍ୟରେ ଆଜିଠାରୁ ଆରମ୍ଭ ହୋଇଯାଇଛି ନୂଆଗାଁ ପ୍ରିମିଅର ଲିଗ । ବାବା ବିରୁପାକ୍ଷଶ୍ଵର ମନ୍ଦିର ପ୍ରାଙ୍ଗଣରୁ ଚାରୋଟି ଫ୍ରାଞ୍ଚାଇଯ  ମାଲିକ ସହିତ ଖେଳାଳି ମାନେ ଏକ ବିଶାଳ ବାଇକ ସ୍ବଭାଯାତ୍ରାରେ ନୂଆଗାଁ ଖେଳ ପଡିଆରେ ପହଞ୍ଚି ଥିଲେ । ମୁଖ୍ୟ ଅତିଥି ଅନୁଷ୍ଠାନିକ ଭାବରେ ପତାକା ଉତୋଳନ କରି ପ୍ରଥମ ଦିନର ପ୍ରତିଯୋଗୀତାକୁ ଆରମ୍ଭ କରିଥିଲେ । ଆଜିର କାର୍ଯ୍ୟ କ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇ ଏହି କ୍ରିଡା ପ୍ରତିଯୋଗୀତାକୁ ଉଦ୍ଘାଟନ କରିଥିଉଲେ ।

ଅନ୍ୟମାଙ୍କ ମଧ୍ୟରେ ସମାଜ ସେବି ସଂକର୍ଷଣ ବେହେରା ,ଦିଲ୍ଲୀପ ଦଳବେହେରା ,ଆତ୍ମା ଅଧକ୍ଷ୍ୟା ସଂଜୀବ କୁମାର ସାହୁ ,ରମେଶ ଚନ୍ଦ୍ର ପ୍ରଧାନ ,ଗୋଲେଖ ଗୋଛାୟାତ ,ପ୍ରକାଶ ପ୍ରଧାନ ମଞ୍ଚାସୀନ ରହିଥିଲେ । ଆଜିର ଉଦ୍ଘାଟନୀ ପ୍ରତିଯୋଗିତାରେ ପ୍ରଧାନ ସାନିଟାରୀ ଦଳ ସହିତ ପ୍ରତିଷ୍ଠା ୱାରିରଦଳ ସହିତ କ୍ରିଡା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରଧାନ ସନିଟାରୀ  ୧୫ ଓଭର ମଧ୍ୟରେ ୬ ଟି ୱିକେଟ ପତନ ହୋଇ ୨୪୭ ରଣ ସଂଗ୍ରହ କରିଥିବା ବେଳେ ପ୍ରତିଷ୍ଠା ଦଳ ନିର୍ଦ୍ଧାରିତ ୧୫ ଓଭାର ମଧ୍ୟରେ ୮ ୱିକେଟ ହରାଇ ୧୬୭ ରଣ ସଂଗ୍ରହ କରି ପରାଜୟ ହୋଇଥିଲେ । ଆଜିର ପ୍ରଥମ ଦିନର ପ୍ରତିଯୋଗିତାରେ ଅଞ୍ଜନ ଗୋଛାୟତ ଓ ସୁକାନ୍ତ ପ୍ରଧାନ କ୍ରିଡା ପରିଚାଳନା କରିଥିଲେ । ଖେଳକୁ ଏଫସିସି  କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
 


Post a Comment

0 Comments