ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ଚଳିତ ବର୍ଷ ନିରବଚନ ନାମାଙ୍କନ.ଶ୍ରୀ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ବିଧାନସଭା ଆସନ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଚୟନ ପରଠାରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଏକ ପ୍ରକାର ଆନନ୍ଦ ଓ ଉଲ୍ହାସ ରେ ଚହଳ ସୃଷ୍ଟି ହୋଇଛି।କାରଣ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବାସିନ୍ଦା ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ଉପରେ ସମସ୍ତ ଜନ ସାଧାରଣ ବହୁତ ଆଶା ଓ ବିଶ୍ୱାସ କରି ଅଛନ୍ତି,କାରଣ ରମେଶ ଚନ୍ଦ୍ର ବେହେରା ଜଣେ ମେଳାପି,ପରୋପକାରୀ,ଉଦାର ମାନବିକତା ,କର୍ମଠ,ପରିଶ୍ରମୀ ,ଓ ପ୍ରଜାଙ୍କ ଆବେଗ ଶୁଣିବାର ବ୍ୟକ୍ତିତ୍ଵ ଅଟନ୍ତି,ଏବଂ ତାଙ୍କ ଦ୍ଵାରା ଦଶପଲ୍ଲା , ଗଣିଆ , ନୂଆଗାଁ ରେ ଯେପରି ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ହୋଇ ଅଛି ,ସେହି ପରି ଦଶପଲ୍ଲା ବିଧାନସଭା କ୍ଷେତ୍ର ର ମଧ୍ୟ ସର୍ବାଙ୍ଗୀନ ଓ ଉନ୍ନତି ର ପ୍ରତୀକ ନୂତନ ସୂର୍ଯ୍ୟ ଦୋୟ ହେଇଛି। ଏହି ଅବସରରେ ଆଜି ସକାଳୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ହଜାର ହଜାର ପୁରୁଷ ଓ ମହିଳା ଙ୍କ ଗହଣରେ ଦଶପଲ୍ଲା ମହାବିର ଙ୍କ ଠାରେ ପୂଜା ଅର୍ଚ୍ଚନା କରି ଅଶ୍ରିବାଦ ଓ ଆଦେଶ ନେଇ ଶାନ୍ତି ଶୃଙ୍ଖଳା ର ସହ ବିଶାଳ ପଟୁଆରରେପ୍ରାୟ ୧୦ ହଜାର ରୁ ଅଧିକ ଲୋକଙ୍କୁ ନେଇ ନୟାଗଡ଼ ଜିଲ୍ଲା ନୂଆ ବସଷ୍ଟାଣ୍ଡ ଠାରୁ ଜିଲାପାଳଙ୍କ ଅଫିସ କୁ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଶ୍ରୀ ରମେଶ ଚନ୍ଦ୍ର ବେହେରା ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏହି ଅବସରରେ କନ୍ଧମାଳ ବିଜେଡ଼ି ସାଂସଦ ପ୍ରାଥି ଡଃ ଅଚ୍ୟୁତ ସାମନ୍ତ ମହେଦୟଙ୍କ ସହିତ ତିନେଟି ବ୍ଲକ ଓ ଏନେସି ଉପାଧ୍ୟକ୍ଷା , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ,ସମସ୍ତ ପଞ୍ଚାୟତ ର ସରପଞ୍ଚ ସମିତି ଏବଂ ବିଜୁ ଜନତା ଦଳର ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସହ ବହୁ ଜୁବ ଛାତ୍ର ଉପସ୍ଥିତ ହେଇଥିଲେ।
0 Comments