ଶିଖରଗୋଚ୍ଛା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଆନୁମାନିକ ୧୬ ବଖରା ଘର




ନୂଆଗାଁ//୨୦/୪ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମପଞ୍ଚାୟତର ଶିଖରଗୋଛ ଗ୍ରାମରେ ଅପରାହ୍ନ ୪ଘଣ୍ଟିକା ସମୟରେ ଚୁଲିରୁ ଅସାବଧାନତା ବଶତଃ ନିଆଁ ଲାଗି ୯ଟି ପରିବାରର ୧୬ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି ।ସୂଚନା ମୁତାବକ ଉକ୍ତ ଗ୍ରାମର ଉଛଵ ବେହେରା ଗୋରୁ ଙ୍କୁ ଖାଦ୍ୟ ଦେବା ପାଇଁ ଚୁଲିରେ ଖାଦ୍ୟ ପ୍ରସ୍ତୁତି କରୁଥିବା ସମୟରେ ହଠାତ୍ ଚାଲକୁ ନିଆଁ ଲାଗି ଯାଇଥିଲା ।

ଉକ୍ତ ଅଗ୍ନିକାଣ୍ଡରେ ବାବାଜୀ ମହାଖୁଡ ,ମନୋରଞ୍ଜନ ବେହେରା,ପ୍ରଶାନ୍ତ ବେହେରା ,ଜଗନ୍ନାଥ ବେହେରା ,ଭଗବାନ ବେହେରା , ଦାମୋଦର ବେହେରା ,ସୂର୍ଯ୍ୟମଣି ବେହେରା ,ହାଡିବନ୍ଧୁ ବେହେରା ଏବଂ ଉଚ୍ଚବ ବେହେରା ଙ୍କ ସମେତ ୯ପରିବାର ର ୧୬ବଖରା ଘରସଂପୂର୍ଣ୍ଣ ପାଉଁଶ ହୋଇଯାଇଛି । ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ତାଙ୍କର ସଦଳବଳେ ପ୍ରାୟ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମକ କରି ନିଆଁକୁ ଆୟତ କରିଥିଲେ । ମହିତମ। ରାଯୋସ୍ଵ ନିରୀକ୍ଷକ ସଞ୍ଜୟ କୁମାର ପ୍ରଧାନ କ୍ଷୟକ୍ଷତି ର ଆକଳନ କରିବା ପାଇଁ ପହଞ୍ଚିଥିଲେ । ଉକ୍ତ ଅଗ୍ନି କାଣ୍ଡରେ କୌଣସି ଜୀବଜନ୍ତୁ କ୍ଷୟକ୍ଷତି ହୋଇନଥିବା ସୁଚନମିଲିଛି ।

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ନୂଆଗାଁ ବ୍ଳକ ଅଧକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ,ଦିଲୀପ ଦଳବେହେରା ଆଦି ପହଞ୍ଚି ଅଗ୍ନିସନ୍ତପ୍ତ ପରିବାରକୁ ଭେଟି ଶୁଖିଲା ଖାଦ୍ୟ,ଚାଉଳ,ବଣ୍ଟନ କରିବା ସହିତ ସାନ୍ତନା ଦେଇଥିଲେ । ସରକାରୀ ସାହାଯ୍ୟ ସହଯୋଗ କିପରି ମିଳିବା ପାଇଁ ସହାୟତା କରିବେ ବୋଲି କହିଥିଲେ ।

Post a Comment

0 Comments