ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ଅନୁଷ୍ଠିତ

 




ନୂଆଗାଁ//ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସଂକଟ
ମୋଚନ ପ୍ରଭୁ ହନୁମାନଙ୍କର ଜୟନ୍ତୀ ବହୁ ଧୁମ୍ ଧାମରେ ପାଳିତ ହୋଇଯାଇଛି ।ଉଦୟପୁର  ଗ୍ରାମ ଶ୍ରୀରାମ ପାହାଡ଼ରେ ସ୍ଥାପିତ ଥିବା ବଜରଙ୍ଗ ବାଲି ଓ କୋରଡା ପଞ୍ଚାୟତ ପଞ୍ଚମୁଖୀ ହନୁମାନ ପୀଠରେ ଶତାଧିକ ଲୋକଙ୍କ ସମାବେଶରେ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି ।ଏହାକୁ ମହାବିଷୁବ ସଂକ୍ରାନତି ମଧ୍ୟ କୁହାଯାଏ । ଓଡିଆ କ୍ୟାଲେଣ୍ଡର ରେ ନବବର୍ଷ ଭାବେ ପାଳନ କରାଯଇଥାଏ।ଜୟ ହନୁମାନ ,ଜୟ ବାଜରଙ୍ଗିବଳି ନାରାରେ ଓ ଘଣ୍ଟ ଘଣ୍ଟା ଖୋଳ ତାଳ ମୂର୍ଦଙ୍ଗ ରେ ହନୁମାନ ଙ୍କ ପୀଠ ପ୍ରକମ୍ପିତ ହୋଇଉଠୁଥାଏ । ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବେବସ୍ଥା ହେଇଥିଲା ସମସ୍ତେ ପ୍ରସାଦ ସେବନ କରି ପ୍ରସ୍ଥାନ କରିଥିଲେ .

Post a Comment

0 Comments