ନୂଆଗାଁ ୯/୪ : ନୂଆଗାଁ ବ୍ଲକ ସଦରମହକୁମାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ନୂଆଗାଁ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣିକାରୀ ଯୋଜନା କିଭଳି ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ପହଞ୍ଚି ସହ ବିଜୁ ଜନତା ଦଳ ସପକ୍ଷରେ କିଭଳି ବହୁମାତ୍ରାରେ ଜନମତ ଆସିବ ସେ ଉପରେ ଛାତ୍ର ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବ୍ଲକ ବିଜେଡ଼ି ସଭାପତି ସନାତନ ସାମଲ, ଆତ୍ମାଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା , ରାଜ୍ୟ ଜେନେରାଲ ସେକ୍ରେଟାରୀ ଉପ ସଭାପତି ଭାଇସ୍ ଚିନ୍ମୟୀ କୁମାର ପ୍ରଧାନ,ବ୍ଲକ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ଯୁବ ଉପ ସଭାପତି ସଞ୍ଜୀବ କୁମାର ଡାକୁଆ,ବ୍ଲକ ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡା, ଦଶପଲ୍ଲା ବିଜେଡି ଛାତ୍ର ସଭାପତି ସୁଶାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମୀ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସଶକ୍ତ ଓ ଆଧୁନିକ ଓଡ଼ିଶା ଗଠନ କରିବା ଦିଗରେ ସଦା ସର୍ବଦା କାର୍ଯ୍ଯ କରିବେ ଏହା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସୁଶାନ୍ତ କୁମାର ପଢିଆରି।
0 Comments